ETV Bharat / bharat

ସ୍ଥଗିତ ହେଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ଲେହ ଗସ୍ତ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଲେହ ଗସ୍ତକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ରାଜନାଥ ସିଂ ଲେହ ଗସ୍ତରେ ଯିବାର ଥିଲା କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି ।

author img

By

Published : Jul 2, 2020, 3:28 PM IST

ପ୍ରତିରକ୍ଷା ମନ୍ତ୍ରୀଙ୍କ ଲେହ ଗସ୍ତ
ପ୍ରତିରକ୍ଷା ମନ୍ତ୍ରୀଙ୍କ ଲେହ ଗସ୍ତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଲେହ ଗସ୍ତକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ରାଜନାଥ ସିଂ ଲେହ ଗସ୍ତରେ ଯିବାର ଥିଲା କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଖୁବ୍ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପାଇଁ ଏକ ନୂତନ ତାରିଖ ଘୋଷଣା କରାଯିବ। ରାଜନାଥ ସିଂ ଶୁକ୍ରବାର ଲେହ ଯାଇ ଚୀନ ସୀମାର ସ୍ଥିତି ସମୀକ୍ଷା କରିଥାନ୍ତେ ।

ସୀମାରେ ଚୀନ ବିରୋଧରେ ମୋର୍ଚ୍ଚାକୁ ମଜବୁତ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଭାରତ-ଚୀନ ତିକ୍ତତା ମଧ୍ୟରେ ଗ୍ରାଉଣ୍ଡ ଜିରୋ ପର୍ଯ୍ୟନ୍ତ ଯିବାର ଥିଲା। ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ଲଦାଖରେ ମୁତୟନ ଯବାନଙ୍କ ସହ ସାକ୍ଷାତକାର କରିବା ସହ ଗଲୱାନରେ ଲଢେଇ କରିଥିବା ବୀର ଯବାନଙ୍କୁ ଭେଟିବାକୁ ଲେହ ହସ୍ପିଟାଲ ଯାଇଥାନ୍ତେ ।

ପ୍ରକାଶଥାଉକି, ଚୀନ ସୀମାରେ ଏବେ ବି ଉତ୍ତେଜନା ଜାରି ରହିଛି । ଜୁନ 30 ରେ ଚୀନର କୋର୍ କମାଣ୍ଡର ମେଜର ଜେନେରାଲ ଲିୟୁ ଲିନଙ୍କ ସହ ଭାରତର କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରେନ୍ଦର ସିଂଙ୍କ ପ୍ରାୟ 12 ଘଣ୍ଟା ବାର୍ତ୍ତାଳାପ କରିଛନ୍ତି । ତେବେ 2 ଦେଶ ମଧ୍ୟରେ କିଛି ଚୁକ୍ତି ହୋଇଥିବା ଗ୍ଲୋବାଲ ଟାଇମ୍ସ ଦାବି କରିଛି। ତେବେ 72 ଘଣ୍ଟା ଧରି ଉଭୟ ପକ୍ଷ ପରସ୍ପର ଉପରେ ନଜର ରଖିବେ ବୋଲି ଜଣାପଡିଛି । ପରିସ୍ଥିତିକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଭାରତ ଓ ଚୀନ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.