ETV Bharat / bharat

ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜନାଥ ସିଂହ

author img

By

Published : Aug 20, 2019, 8:04 PM IST

ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ସିଂହ ଏବଂ ଆମେରିକା ରକ୍ଷାମନ୍ତ୍ରୀ ମାର୍କ ଏସ୍ପରଙ୍କ ମଧ୍ୟରେ ଧାରା 370 ଏବଂ କାଶ୍ମୀରକୁ ନେଇ ଆଲୋଚନା ହୋଇଥିବା ଜଣା ପଡିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେବାର ଗୋଟିଏ ଦିନ ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ସିଂହ ଏବଂ ଆମେରିକା ରକ୍ଷାମନ୍ତ୍ରୀ ମାର୍କ ଏସ୍ପରଙ୍କ ମଧ୍ୟରେ ଧାରା 370 ଏବଂ କାଶ୍ମୀରକୁ ନେଇ ଆଲୋଚନା ହୋଇଥିବା ଜଣା ପଡିଛି ।

ମାର୍କ ଏସ୍ପର ଆମେରିକାର ନୂଆ ରକ୍ଷାମନ୍ତ୍ରୀ ଭାବରେ ମନୋନିତ ହୋଇଥିବାରୁ ରାଜନାଥ ସିଂହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ କାଶ୍ମୀର ଭାରତର ଅଭ୍ୟନ୍ତରୀଣ ମାମଲା । ଯାହାକୁ କେବଳ ଦ୍ବିପାକ୍ଷିକ ଆଲୋଚନା ଦ୍ବାରା ସମାଧାନ କରିହେବ ବୋଲି ରାଜନାଥ କହିଛନ୍ତି । ତେବେ ମାର୍କ ମଧ୍ୟ ରାଜନାଥଙ୍କ କଥାରେ ସହମତି ପ୍ରକାଶ କରିଥିବା ଜଣା ପଡିଛି । ଏହା ବ୍ୟତିତ ଦୁହିଁଙ୍କ ମଧ୍ୟରେ ବୃହତ ପ୍ରତିରକ୍ଷା ସହଯୋଗୀ ଫ୍ରେମୱାର୍କ ଅଧିନରେ ଭଉୟ ଦେଶର ସୁରକ୍ଷା ସମ୍ବନ୍ଧକୁ ମଜବୁତ କରିବା ନେଇ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଫୋନରେ ବାର୍ତ୍ତାଳାପ ହୋଇଥିଲା । ଦୀର୍ଘ 30 ମିନିଟ ଧରି ଚାଲିଥିବା ଏହି ବାର୍ତ୍ତାଳାପରେ ମୋଦି ପାକିସ୍ତାନର ନାମ ନନେଇ ସୀମାରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ବ୍ୟତିତ ଦ୍ବିପାକ୍ଷିକ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.