ETV Bharat / bharat

ଅବସାଦରୁ ମୁକ୍ତି ଦେବ ଦୀପିକାଙ୍କ 5ଟି ବାର୍ତ୍ତା - ଅବସାଦରୁ ମୁକ୍ତି ଦେବ ଦୀପିକାଙ୍କ 5ଟି ବାର୍ତ୍ତା

ଦୀପିକା କହିଛନ୍ତି, ଦୁଃଖୀ ରହିବା ଓ ଅବସାଦ ରହିବା ଭିତରେ ପାର୍ଥକ୍ୟ ଅଛି । ଜଣେ ଅବସାଦର ଶିକାର ହୋଇଥିଲେ ଦୁଃଖୀ ଭଳି ଦେଖାଯାଏନି । ଅଧିକ ପଢନ୍ତୁ...

ଅବସାଦରୁ ମୁକ୍ତି ଦେବ ଦୀପିକାଙ୍କ 5ଟି ବାର୍ତ୍ତା

author img

By

Published : May 8, 2020, 7:56 PM IST

ହାଇଦ୍ରାବାଦ: ମଣିଷ ପାଇଁ ମାନସିକ ଅବସାଦ ଏକ ବଡ ବିପଦର କାରଣ । ଜୀବନକୁ ଏହା ଦୁର୍ବିସହ କରିବା ସହ ଅନେକ ସମସ୍ୟା ଆଣିଥାଏ । ତେବେ ଏଥିରୁ ରକ୍ଷା ପାଇବା ଅନେକ ଉପାୟ ରହିଛି । ବିଭିନ୍ନ ଡାକ୍ତର ବହୁତ ଔଷଧ ବତାଇଥାନ୍ତି ।

ହେଲେ ଆମେ ଆଜି ବତାଇବୁ ବଲିଉଡ ହିରୋଇନ ଦୀପିକା ପାଦୁକୋନଙ୍କ କାହାଣୀ । ନିଜେ ଅବସାଦର ଶିକାର ହୋଇଥିବା ଦୀପିକା 2015 ମସିହାରେ ଏହାର ଖୁଲାସା କରିଥିଲେ । ସେତେବେଳେ ତାଙ୍କ ଜୀବନରେ ବହୁତ ସମସ୍ୟା ଚାଲିଥିଲା । କିନ୍ତୁ ସେ ନିଜେ ଏଥିରୁ ବାହାରିବାର ଉପାୟ ଖୋଜିଥିଲେ । ଶେଷରେ ସଫଳ ମଧ୍ୟ ହୋଇଥିଲେ । ତେବେ ଆସନ୍ତୁ ଜାଣିବା ଦୀପିକାଙ୍କ 5ଟି ମନ୍ତ୍ର ଯାହା କୋଭିଡ 19 ମହାମାରୀ ବିରୋଧୀ ଲଢେଇରେ ସାହାଯ୍ୟ କରିପାରେ ।

ଦୀପିକା କହିଛନ୍ତି, ଦୁଃଖୀ ରହିବା ଓ ଅବସାଦ ରହିବା ଭିତରେ ପାର୍ଥକ୍ୟ ଅଛି । ଜଣେ ଅବସାଦର ଶିକାର ହୋଇଥିଲେ ଦୁଃଖୀ ଭଳି ଦେଖାଯାଏନି । କିନ୍ତୁ ଜଣେ ଦୁଃଖୀର ଚେହେରା ତାର ଦୁଃଖ ସମ୍ପର୍କରେ ସ୍ପଷ୍ଟ କହିଦିଏ । ସମୟ ସହିତ ଦୁଃଖ ଚାଲିଯାଏ । ହେଲେ ମାନସିକ ଅବସାଦ ଏକ ସିରିୟସ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯାହା ଭିତରୁ ଆମକୁ ଖାଲି କରିଦେବା ସହ ଆମ ଚାରିପାଖେ କେବଳ ନେଗେଟିଭ ବାତାବରଣ ଭରିଦିଏ ।

ଅବସାଦର ଶିକାର ଲୋକଙ୍କୁ ସାହାଯ୍ୟ କରିବା ପରିବାରର କର୍ତ୍ତବ୍ୟ । ନହେଲେ ନିଜ ସମ୍ପର୍କ ହରାଇବାର ଆଶଙ୍କା ରହିଛି ବୋଲି ଦୀପିକା କହିଛନ୍ତି । କାରଣ ଅନେକ ସମୟରେ ପରିବାରଲୋକେ ମାନସିକ ଅବସାଦର ଶିକାର ବ୍ୟକ୍ତି କଥା କହିବାବେଳେ ଲାଜ ଅନୁଭବ କରିଥାନ୍ତି । ଯାହା ଉକ୍ତ ବ୍ୟକ୍ତି ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ କେବେ ହେଲେ ଲଜ୍ଜା ଅନୁଭବ ନକରି ସୁସ୍ଥ ହେବା ପାଇଁ ତାଙ୍କୁ ଉତ୍ସାହିତ କରିବା ଦରକାର । ପରିବାରର ସମର୍ଥନ ନିଶ୍ଚିତ ଆବଶ୍ୟକ ।

ଡିପ୍ରେସନରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ଷ୍ଟ୍ରଙ୍ଗ ହେବାକୁ ପଡିବ । ମାନସିକ ସ୍ତରରେ ସୁସ୍ଥ ଓ ଦୃଢ ରହିବା ନିହାତି ଆବଶ୍ୟକ । କାରଣ ଏଥିରେ ପୀଡିତ ବ୍ୟକ୍ତିକୁ ଅନେକ କିଛି ଶୁଣିବାକୁ ପଡିପାରେ । ସେଥିପାଇଁ ସମାଜକୁ ସାମନା କରିବାର ସାମର୍ଥ୍ୟ ଓ ଶକ୍ତି ରଖିବା ଆବଶ୍ୟକ । ଏହାସହ ସବୁବେଳେ ପଜିଟିଭ ଲୋକଙ୍କ ସହ ସମୟ ବିତାଇବା ଉଚିତ । ଉପଯୁକ୍ତ ସମର୍ଥନ ଓ ରାସ୍ତା ଦେଉଥିବା ଲୋକଙ୍କ ସହ ସବୁବେଳେ ଖୁସି ରହିବାର ପ୍ରୟାସ ହିଁ ଏହି ବିପଦରୁ ରକ୍ଷା କରିବ ବୋଲି ଦୀପିକା କହିଛନ୍ତି ।

ଏହି ସମୟରେ ଅନେକ ଥର ଆପଣଙ୍କ ମସ୍ତିଷ୍କ ବିଚଳିତ ରହିବ । ଆପଣଙ୍କୁ ସବୁବେଳେ ଗୋଟିଏ ପ୍ରକାର ଭାବନା ଆସିବନି । କେତେବେଳେ ଆପଣଙ୍କୁ ଖୁସି ଲାଗିବ ତ କେତେବେଳେ ଆପଣ ଦୁଃଖୀ ରହିବେ । ବେଳେବେଳେ ଆପଣଙ୍କୁ ବହୁତ ଖୁସି ଲାଗିବ । ପୁଣି କେତେବେଳେ ଆପଣ ପୁରା ଖାଲି ଅନୁଭବ କରିବେ । ପ୍ରତିଟି ସମୟ ସହ ଖାପ୍ ଖୁଆଇ ଆଗେଇବାର ଅଛି ବୋଲି ଦୀପିକା କହିଛନ୍ତି ।

ଡିପ୍ରେସନରୁ ମୁକ୍ତି ଗୋଟିଏ ଦିନର ଲଢେଇ ନୁହେଁ । ଏଥିପାଇଁ ଆପଣଙ୍କୁ ଶକ୍ତ ମନୋଭାବ ସହ ଲଢିବାକୁ ହେବ । ପଜିଟିଭ ଲାଇଫଷ୍ଟାଇଲ ଆପଣାଇବା ସହ ନିଜକୁ ମୋଟିଭେଟ୍ କଲେ ହିଁ ଆପଣ ଏଥିରୁ ମୁକ୍ତ ପାଇପାରିବେ । ଡିପ୍ରେସନରେ ଥିବାବେଳେ ଆପଣ ସେପରି ଲୋକଙ୍କୁ ଭେଟନ୍ତୁ ଯିଏ ଆପଣଙ୍କୁ ଏଥିରୁ ମୁକ୍ତି ଦେଇପାରିବେ । ଏହି ଲଢେଇରେ ଆପଣ ଏକା । ନିଜେ ହିଁ ଏଥିରୁ ମୁକ୍ତି ପାଇବେ ଯେବେ ନିଜେ ଆପଣ ଦୃଢ ଭାବରେ ଲଢିବେ । ତେବେ ଦୀର୍ଘ ଦିନର ଲଢେଇ ସଫଳ ହେବା ପରେ ଏଥିରେ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ ବୋଲି ବଲିଉଡର ମସ୍ତାନୀ କହିଛନ୍ତି । କାରଣ ଆପଣ ହିଁ ଜାଣିଛନ୍ତି ଏହା କେମିତି ଓ କିପରି ଲଢିଯାଇପାରିବ । ଆଉ ଏହା ଶେଷ ରାସ୍ତା ନୁହେଁ ତାହା ବି ଆପଣଙ୍କୁ ଜଣା । ସେଥିପାଇଁ ଆଉ ଗୋଟିଏ ଲୋକର ଜୀବନ ରକ୍ଷା କରିବା ଆପଣଙ୍କ କର୍ତ୍ତବ୍ୟ ବୋଲି ଦୀପିକା କହନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.