ETV Bharat / bharat

ଆପଣାନ୍ତୁ ଏହି 10ଟି ଉପାୟ, ଫ୍ରିଜ ହେବ ଚକାଚକ ଓ ଜୀବାଣୁ ମୁକ୍ତ - home tips

ଆମ ଦୈନନ୍ଦିନ ଜୀବନ ସହ ଫ୍ରିଜ ଅଙ୍ଗାଅଙ୍ଗି ଭାବେ ଜଡିତ । ଏହା ବିନା ଘର ଯେପରି ଅଧାଅଧୁରା । ତେବେ ଏହାର ବ୍ୟବହାର ସହ ଏହାକୁ ପରିଷ୍କାର ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ । ଅଧିକ ପଢନ୍ତୁ...

ଆପଣାନ୍ତୁ ଏହି 10ଟି ଉପୟ, ଫ୍ରିଜ ହେବ ଚକାଚକ ଓ ଜୀବାଣୁ ମୁକ୍ତ

author img

By

Published : Jun 3, 2020, 4:51 PM IST

ହାଇଦ୍ରାବାଦ: ଚାଲିଛି ଗ୍ରୀଷ୍ମ ଋତୁ । ଏପରି ସ୍ଥିତିରେ, ଆମ ସମସ୍ତଙ୍କୁ ଫ୍ରିଜର ଆବଶ୍ୟକତା ରହିଛି । କାରଣ ଏହି ସମୟରେ ଫଳ, ପନିପରିବା ଓ ଖାଦ୍ୟ ପଦାର୍ଥ ଫ୍ରିଜରେ ରଖିଥାଉ। ନଚେତ ଅତ୍ୟଧିକ ଉତ୍ତାପରେ ଏଗୁଡିକ ଖୁବ ଶୀଘ୍ର ନଷ୍ଟ ହୋଇଯାଇଥାଏ । ଏପରି ସମୟରେ ଫ୍ରିଜ ବ୍ୟବହାର ମଧ୍ୟ ବଢିଯାଇଥିବାରୁ, ଏହାର ଯତ୍ନ ନେବା ନିହାତି ଆବଶ୍ୟକ, ନଚେତ ଏହା ଖରାପ ହେବାକୁ ବେଶି ସମୟ ଲାଗିବନି ।

ଯଦି ଆପଣ ଚାହାଁନ୍ତି, ଆପଣଙ୍କର ଫ୍ରିଜ ସଠିକ ଭାବରେ କାମ କରୁ ତେବେ ଆମକୁ ସମୟ ସମୟରେ ଏହାକୁ ସଫା କରିବାକୁ ପଡିବ । ସବୁବେଳେ ପରିଷ୍କାର ପରିଚ୍ଛନ୍ନତାର ଆବଶ୍ୟକ ରହିଛି । କାରଣ ଏହା ଆମ ଖାଦ୍ୟ ଏବଂ ପାନୀୟ ଜିନିଷକୁ ସୁରକ୍ଷିତ ରଖେ, ଯଦି ଏହି ଜିନିଷ ଗୁଡ଼ିକରେ ମଇଳା ଥାଏ ତେବେ ରୋଗ ଆମ ଶରୀରରେ ପ୍ରବେଶ କରିବ । ତେଣୁ ଜାଣନ୍ତୁ ଫ୍ରିଜ ସଫା କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ।

ଫ୍ରିଜ ସଫା କରିବା ପୂର୍ବରୁ ଏହାକୁ ଖାଲି କରନ୍ତୁ ଏବଂ ଏହାର ସମସ୍ତ ଆସେସରିଜ ଗୁଡିକୁ ଅଲଗା ଭାବରେ ବାହାର କରନ୍ତୁ ।

ଏହାପରେ ଫ୍ରିଜ ର ଆସେସରିଜ ଗୁଡିକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।

ଏହାକୁ ସଫା କରିବା ପୂର୍ବରୁ ଯଦି ଫ୍ରିଜରେ ବରଫ ଜମା ହୋଇଥାଏ, ପ୍ରଥମେ ଏହାକୁ ଡି-ଫ୍ରିଜ କରନ୍ତୁ ।

ଫ୍ରିଜଟି ସମ୍ପୂର୍ଣ୍ଣ ଖାଲି ହେବା ପରେ ବେକିଂ ସୋଡା ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟ ସହିତ ପୁରା ଫ୍ରିଜକୁ ସଫା କରନ୍ତୁ । ମନେରଖନ୍ତୁ, କୌଣସି ସ୍ଥାନ ଯେପରି ଖାଲି ରହିନଯାଏ ।

ବର୍ତ୍ତମାନ ଏକ ପାତ୍ରରେ ଗରମ ପାଣି ନେଇ ଏକ ସ୍କ୍ରବ୍ ସାହାଯ୍ୟରେ ଏହାକୁ ସଫା କରନ୍ତୁ । ତା’ପରେ ଫ୍ରିଜକୁ ସଫା ପାଣିରେ ଧୋଇ ଦିଅନ୍ତୁ । ବର୍ତ୍ତମାନ ଏକ ଶୁଖିଲା ଟାୱେଲ ସହିତ ଫ୍ରିଜକୁ ଭଲ ଭାବରେ ପୋଛନ୍ତୁ ।

ବର୍ତ୍ତମାନ ଏକ ସଫେଇ ସ୍ପ୍ରେ ସାହାଯ୍ୟରେ ଫ୍ରିଜର ବର୍ହିଭାଗକୁ ସଫା କରନ୍ତୁ । ଏହା ପରେ, ଫ୍ରିଜର ସମସ୍ତ ଆସେସୋରିଜ ଗୁଡିକୁ ଠିକ ଭାବେ ପୂର୍ବପରି ପିକ୍ସ କରିଦିଅନ୍ତୁ ।

ତେବେ ଗ୍ରୀଷ୍ମ ଋତୁରେ ପ୍ରତି ସପ୍ତାହରେ ଫ୍ରିଜ ସଫା କରିବା ଉଚିତ । ନିଜ ବ୍ୟସ୍ତତା ଜୀବନରୁ କିଛି ସମୟ ବାହାର କରି ଏଥିପ୍ରତି ଧ୍ୟାନ ନଦେଲେ ଭବିଷ୍ୟତରେ ଏହି ଛୋଟ ଛୋଟ ଭୁଲ ଆପଣଙ୍କୁ ମହଙ୍ଗା ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.