ସରକାର ଗଠନ ପରେ ଆସନ୍ତାକାଲି ଅର୍ଥାତ ରବିବାର ଶାସକ ମେଣ୍ଟଦଳର ପ୍ରଥମ ବୈଠକ । ବିଜେପି ଓ ଏନସିପିର ବିଧାୟକ ଏହି ବୈଠକରେ ଯୋଗଦେବେ । ସେହିପରି ମେଣ୍ଟକୁ ସମର୍ଥନ କରୁଥିବା କିଛି ସ୍ବାଧିନ ବିଧାୟକ ମଧ୍ୟ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି । ରାତାରାତି ରାଜ୍ୟରେ ବିଜେପି ନେତୃତ୍ବରେ ସରକାର ଗଢିବାରେ ସୂତ୍ରଧର ସାଜିଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହେବାନେଇ ସୂଚନା ମିଳିଛି ।
ମହାରାଷ୍ଟ୍ର LIVE UPDATE - ମୁଖ୍ୟମନ୍ତ୍ରୀ ହେଲ ଦେବେନ୍ଦ୍ର
![ମହାରାଷ୍ଟ୍ର LIVE UPDATE](https://etvbharatimages.akamaized.net/etvbharat/prod-images/768-512-5151483-thumbnail-3x2-fadana.jpg?imwidth=3840)
12:11 November 23
ଆସନ୍ତାକାଲି ବିଜେପି-ଏନସିପି ବୈଠକ
11:54 November 23
କଂଗ୍ରେସ ଡ଼ାକିଲା ଜରୁରୀ ବୈଠକ
ରାଜ୍ୟରେ କଂଗ୍ରେସ ଡାକିଛି ଜରୁରୀ ବୈଠକ । ରାତିରେ ହୋଇଥିବା ବୈଠକ ଦିନରେ ବଦଳି ଯାଇଛି । ମେଣ୍ଟରେ ସରକାର ଗଠନ ଏବଂ ଉଦ୍ଧବ ଠାକେର ମୁଖ୍ୟମନ୍ତ୍ରୀ ହେବାନେଇ ହୋଇଥିବା ନିଷ୍ପତି ହୋଇଯାଇଛି ଓଲଟପାଲଟ । ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ବିଜେପି ସହ ମିଶି ସରକାର ଗଢିଛନ୍ତି । ଫଳରେ ବଦଳିଯାଇଛି ସଂପୂର୍ଣ୍ଣ ରାଜନୈତିକ ପାଣିପାଗ । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ବୈଠକ ଡ଼ାକିଛି କଂଗ୍ରେସ । ସୂଚନା ଅନୁଯାୟୀ ଏହି ବୈଠକରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ କେ.ସି. ବେଣୁଗୋପାଳ ଉପସ୍ଥିତ ରହିବେ ।
11:38 November 23
12.30ରେ ମିଳିତ ସାମ୍ବାଦିକ ସମ୍ମିଳନୀ
ଦିନ 12.30ରେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିବେ ଏନସିପି, ଶିବସେନା ଓ କଂଗ୍ରେସ । ବିଜେପି ସହ ସରକାର ଗଠନ କରିବାରେ ଶରଦଙ୍କ ଭୂମିକା ନଥିବାନେଇ ସଫେଇ ଦେଇଛନ୍ତି ଖୋଦ ଏନସିପି ମୁଖ୍ୟ ଶରଦ ପାୱାର । ଏହା ଅଜିତଙ୍କ ନିଷ୍ପତି ବୋଲି ଟ୍ବିଟର ଯୋଗେ ସେ କହିଛନ୍ତି । ଏନେଇ ମଧ୍ୟାହ୍ନରେ ଗଣମାଧ୍ୟମ ଆଗରେ ମିଳିତ ପ୍ରତିକ୍ରିୟା ରଖିବେ ତିନି ଦଳ । ଗୋଟେପଟେ ଦଳର ନେତା ଅଜିତ ପାୱାର ବିଜେପି ସହ ସରକାର ଗଢିଥିବା ବେଳେ, ଦଳର ମୁଖ୍ୟ ଶିବସେନା ସହ ରହିଥିବା ଦୃ୍ଢକ୍ତି ପ୍ରକାଶ କରିଛନ୍ତି ।
11:13 November 23
ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ
ମହାରାଷ୍ଟ୍ରରେ ବହୁମତ ହାସଲ କରି ମଧ୍ୟ ସରକାର ଗଢିବାରେ ଦୁରରେ ରହିଥିଲା ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରଚେଷ୍ଟା ମଧ୍ୟ ବିଫଳ ହୋଇଥିଲା । କିନ୍ତୁ ଶେଷରେ ବିଜେପି ସହ ହାତ ମିଳାଇ ସରକାର ଗଢିଛି ଏନସିପି । ଆଉ ଶେଷରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅଜିତ ପାୱାର । ଶପଥଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହା ଉଭୟଙ୍କୁ ଶୁଭେଛା ଜମାଇଛନ୍ତି ।
11:00 November 23
ହଟିଲା ରାଷ୍ଟ୍ରପତି ଶାସନ
ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେବା ପରେ ରାଜ୍ୟରୁ ଉଛେଦ ହୋଇଛି ରାଷ୍ଟ୍ରପତି ଶାସନ । ପ୍ରାୟ 30 ଦିନ ଧରି ଜାରି ରହିଥିବା କେନ୍ଦ୍ରୀୟ ଶାସନକୁ ହଠାଇଠନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି, ମୁଁ ସମ୍ବିଧାନର ଅଧିନିୟମ (2) ଅନ୍ତ୍ରଗତ ଧାରା 356କୁ ମହାରାଷ୍ଟ୍ରରୁ ହଟାଇ ନେଉଛି ।
10:50 November 23
ଅଚାନକ ବଦଳିଗଲା ଚିତ୍ର
ରାତି ପାହିଲାବେଳକୁ ସବୁ କିଛି ହୋଇସାରିଛି ଓଲଟପାଲଟ । ମଉଳିଯାଇଛି ଉଦ୍ଧବଙ୍କ ଆସନ ନିଶା । ରାତିରେ ଦାଦା ଶରଦ ଶିବସେନା ସହ ବନ୍ଧନ ବାନ୍ଧିବାକୁ ନିଷ୍ପତି ନେଇଥିବାବେଳେ, ସକାଳୁ ବିଜେପି ସହ ହାତମିଳାଇ ସାରିଛନ୍ତି ପୁତୁରା ଅଜିତ । ଫଳରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ଆଶା ଦେଖାଇଥିବା ଏନସିପି ନିରାଶା କରି ଶେଷରେ ଦେବେନ୍ଦ୍ରଙ୍କ ମୁଣ୍ଡରେ ପିନ୍ଧାଇଛି ମହାରାଷ୍ଟ୍ର ମୁକୁଟ ।
10:21 November 23
ସାଢେ ଆଠରେ ଶପଥ
ସକାଳ ସାଢେ ଆଠରେ ଅନୁଷ୍ଠିତ ହୋଇଯାଇଛି ଶପଥ ଗ୍ରହଣ ଉତ୍ସବ । ରାଜଭବନରେ ରାଜ୍ୟପାଳ ଭଗତସିଂ କୋଶୟାରୀ କରାଇଛନ୍ତି ପଦ ଓ ଗୋପନୀୟତାର ଶପଥ ପାଠ । ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନସିପି ନେତା ଅଜିତ ପାୱାର ।
09:00 November 23
ମୁଖ୍ୟମନ୍ତ୍ରୀ ହେଲ ଦେବେନ୍ଦ୍ର, ଉପମୁଖ୍ୟମନ୍ତ୍ରୀ ଅଜିତ୍
ମୁମ୍ବାଇ: ମହାରାଷ୍ଟ୍ରରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡନାଭିସ । ବିଜେପି ସହ ସରକାର ଗଢିବାରେ ସହମତି ପ୍ରକାଶ କରିଛି ଏନସିପି । ଦଳର ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି ଶପଥପାଠ । ରାଜ୍ୟପାଳ ଭଗତସିଂ କୋଶୟାରୀ ଉଭୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଫଳରେ ରାଜ୍ୟରେ ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅବସ୍ଥାପିତ ହୋଇଛନ୍ତି ଦେବେନ୍ଦ୍ର ଫଡନାଭିସ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର
ମୁମ୍ବାଇ: ପୁର୍ନବାର 2ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାଭିସ । ରାଜଭବନରେ ଦେବେନ୍ଦ୍ର ଶପଥ ଗ୍ରହଣ କରିଥିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କୁ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ ଭଗତସିଂ କୋଶରିୟା ।
Conclusion: