ପୁଣେ: ଭିୱାଣ୍ଡିରେ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନି। ଭଗ୍ନ ଅବସ୍ଥାରେ ସତ୍ତା ହରାଇଥିବା କୋଠା ତଳୁ ପ୍ରତ୍ୟେକ ଦିନ ବାହାରୁଛନ୍ତି ନିସ୍ତେଜ ମର ଶରୀର । ତେବେ ମୃତ୍ୟୁସଂଖ୍ୟା ପୂର୍ବରୁ 20 ଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇଁ 39ରେ ପହଁଞ୍ଚିଛି । ଏନେଇ ଥାନେ ମ୍ୟୁନିସିପାଲ କର୍ପୋରେସନ ସୂଚନା ଦେଇଛି।
ସମସ୍ତ 39 ମୃତ ବ୍ୟକ୍ତିଙ୍କୁ ଥାନେ ମ୍ୟୁନିସିପାଲିଟି କର୍ପୋରେସନ୍ ଚିହ୍ନଟ କରିଛି । ସେମାନେ ହେଲେ ଜୁବର ଖୁରେଶି, ଫୌଜା ଖୁରେଶି, ଆୟେଶା ଖୁରେଶି, ସିରାଜ ଅବଦୁଲ ଶେଖ, ଫାଟମା ଜୁବେରା ।
ସୂଚନାନୁସାରେ, କୋଠାଟି ଜଟିଳ ଅବସ୍ଥାରେ ଥିଲା। ଥାନେ ଠାରୁ 10 କିଲୋମିଟର ଦୂରରେ ଥିବା ପାୱାରଲୁମ୍ ସହର ଭିୱଣ୍ଡିରେ ଏହି ବିଲ୍ଡିଂରେ 40 ଟି ଫ୍ଲାଟ ଥିଲା ଏବଂ ସେଠାରେ ପ୍ରାୟ 150 ଜଣ ଲୋକ ରହୁଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।
ଲୋକମାନେ ଶୋଇଥିବା ବେଳେ ଏହି ଘଟଣା ସକାଳ 3.45ରେ ଘଟିଥିଲା । ତୁରନ୍ତ ଏନଡିଆରଏଫ ଟିମ୍, ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡିସିପି ରାଜକୁମାର ସିନ୍ଦେ କହିଛନ୍ତି ଯେ ଆଇପିସିର ଧାରା 337,338,304 (2) ଅନୁଯାୟୀ ଅପରାଧ ସୟିଦ ଅହମ୍ମଦ ଜିଲାନିଙ୍କ ମାଲିକଙ୍କ ବିରୋଧରେ ପଞ୍ଜୀକୃତ ହୋଇଛି। ଏହି ଘଟଣାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି।