ETV Bharat / bharat

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା 46କୁ ବୃଦ୍ଧି, 2 ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

author img

By

Published : Mar 2, 2020, 11:16 AM IST

Updated : Mar 2, 2020, 11:28 AM IST

ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଏହାର ସଂଖ୍ୟା 46ରେ ପହଞ୍ଚିଛି । ଏହାସହ ମିଥ୍ୟା ପ୍ରଚାର ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ଅଧିକ ପଢନ୍ତୁ...

Death troll rises in delhi violence
ଦିଲ୍ଲୀ ହିଂସା

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଏହାର ସଂଖ୍ୟା 46ରେ ପହଞ୍ଚିଛି । ଏହାସହ ମିଥ୍ୟା ପ୍ରଚାର ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ମାତ୍ର ଦିଲ୍ଲୀ ପୋଲିସ ଏଭଳି ପ୍ରଚାର ଠାରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆତଙ୍କବାଦୀ ସଙ୍ଗଠନ କେସିପିର ଦୁଇ ସନ୍ଦିଗ୍ଧ ସଦସ୍ୟଙ୍କୁ ଗିରଫ କରାଯାଇଛି ।

Death troll rises in delhi violence
2 ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଡିସିପି ଦୀପକ ପୁରୋହିତଙ୍କ ବୟାନ ଅନୁସାରେ, ହିଂସାକୁ ନେଇ ଦିଲ୍ଲୀର ପଶ୍ଚିମ ଜିଲ୍ଲାରେ ମିଥ୍ୟା ପ୍ରଚାରିତ ହେଉଥିବାର ସୂଚନା ମିଳିଛି ମାତ୍ର ଏଥିରେ ସତ୍ୟତା ନଥିବା କହିବା ସହ ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକୁ ପ୍ରାୟ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ସେଠାରେ ଏବେ ବି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଅନ୍ୟପକ୍ଷେ ରବିବାର ଗୋକଲପୁରୀ ଓ ଶିବବିହାର ଅଞ୍ଚଳରୁ ପ୍ରାୟ 4ଟି ମୃତଦେହ ଜବତ କରାଯାଇଛି । ମାତ୍ର ଏହା ଦଙ୍ଗା ସମୟର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଦଙ୍ଗା ପରେ ଉତ୍ତର-ପୂର୍ବ ଦିଲ୍ଲୀରେ ଏଟିଏମ୍ ଓ ବ୍ୟାଙ୍କ ସେବା ମଧ୍ୟ ବନ୍ଦ ରହିଛି । ଗତ ତିନି ଦିନ ମଧ୍ୟରେ କୌଣସି ଅପ୍ରିୟ ଘଟଣା ସାମ୍ନାକୁ ଆସିନଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 2, 2020, 11:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.