ETV Bharat / bharat

ପଞ୍ଜାବ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା 104 କୁ ବୃଦ୍ଧି

author img

By

Published : Aug 2, 2020, 10:08 PM IST

ପଞ୍ଜାବ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା 104 କୁ ବୃଦ୍ଧି ପାଇଛି । ସର୍ବାଧିକ ମୃତ୍ୟୁ ତରନତରନ ଜିଲ୍ଲାରେ ହୋଇଛି । ଏଠାରେ ପ୍ରାୟ 80 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

ପଞ୍ଜାବ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା 104 କୁ ବୃଦ୍ଧି
ପଞ୍ଜାବ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା 104 କୁ ବୃଦ୍ଧି

ଚଣ୍ଡିଗଡ: ପଞ୍ଜାବ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା 104 କୁ ବୃଦ୍ଧି ପାଇଛି । ସର୍ବାଧିକ ମୃତ୍ୟୁ ତରନତରନ ଜିଲ୍ଲାରେ ହୋଇଛି । ଏଠାରେ ପ୍ରାୟ 80 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବାଟଲା ରୁ 12 ଓ ଅମ୍ରିତସର ଅଞ୍ଚଳରୁ ମଧ୍ୟ 12 ଜଣଙ୍କ ପ୍ରାଣହାନୀ ଘଟିଛି । ସାରା ଦେଶରେ ଚହଳ ପକାଇଥିବା ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

ସୂଚନା ଯୋଗ୍ୟ, ତିନୋଟି ଜିଲ୍ଲାକୁ ଏକ ଗୋଷ୍ଠୀ ଦ୍ବାରା ଦିଆଯାଇଥିବା ବିଷାକ୍ତ ମଦଯୋଗୁଁ ଏହି ବିଭୀଷିକା ଦେଖା ଦେଇଛି । ପ୍ରତ୍ୟେକ ଦିନ ପ୍ରାଣହାନୀ ଘଟୁଛି । ମଦ୍ୟପାନ କରିଥିବା ଅନେକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ପୋଲିସ ଚଢଉ ଜାରି ରଖିଛି ।

ଏଯାବତ୍, ପ୍ରାୟ 100 ଚି ସ୍ଥାନରେ ଚଢାଉ କରାଯାଇ 17 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।

ଅନ୍ୟପଟେ ଏହାକୁ ନେଇ ରାଜନୈତିକ ତାତି ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ଭୁଲ ଯୋଗୁଁ ଏସବୁ ଘଟଣା ବୋଲି କହିଥିଲେ । ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତାଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ, 'ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ କାମରେ ମତଲବ ରଖନ୍ତୁ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.