ବେଜିଂ: ନିଦ ହଜାଇଛି, ଭୋକ ଉଭାଇଛି । କେଉଁ ମୂହୂର୍ତ୍ତରେ ବି ଆସିପାରେ ମୃତ୍ୟୁ । ଏମିତି ଜୀବନ ବଞ୍ଚାଇବାକୁ ଚୀନରେ ସଂଗ୍ରାମ ଜାରି ରହିଥିବାବେଳେ ବେଳକୁ ବେଳ ମୃତ୍ୟୁ ରଚୁଛି ତାଣ୍ଡବ । କାରଣ କୋରୋନା କବଳରେ କବଳିତ ଚାଇନା । ସରକାରୀ ତଥ୍ୟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ବଢି ଆଜି 2715ରେ ପହଁଚିଛି ।

ସେପଟେ ବର୍ତ୍ତମାନ ସୁଦ୍ଧା ମାରାତ୍ମକ କୋରୋନା ଅର୍ଥାତ COVID-19 ବଳୟରେ 78 ହଜାର 64 ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଆକ୍ରାନ୍ତଙ୍କ ସଂଖ୍ୟା 80 ହଜାର ଅତିକ୍ରମ କରିସାରିଥିବା ଅନୁମାନ କରାଯାଇଛି ।
ସେହିପରି କେବଳ ଚାଇନାରେ ସୀମିତ ନାହିଁ କୋରୋନା ଭାଇରସ । ସାରା ବିଶ୍ବବାସୀଙ୍କ ନିଦ ହଜାଇଛି । ଇଟାଲୀ, ଇରାନ, ଫ୍ରାନ୍ସ, ଆଲଗେରିଆ, ସ୍ପେନ ଏବଂ ଆଇ-ଲ୍ୟାଣ୍ଡରେ ମଧ୍ୟ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ