ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ସଂଖ୍ୟା ବର୍ତ୍ତମାନ 48ରେ ପହଞ୍ଚିଛି । 18 ବର୍ଷିୟ ଆକିବର ମୃତ୍ୟୁ ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଜିଟିବି ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
24 ଫେବୃଆରୀରେ ସନ୍ଧ୍ୟା ଭଜନପୁରାରେ ହୋଇଥିବା ହିଂସାରେ ମୁଣ୍ଡରେ କ୍ଷତ ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ରକ୍ତ ଜମିଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହାପରେ ତାଙ୍କର ଅପରେସନ କରାଯାଇଥିଲା, ମାତ୍ର ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ