ETV Bharat / bharat

ଭାସୁଛି ବିହାର: ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି

author img

By

Published : Aug 15, 2020, 10:28 AM IST

ସଙ୍ଗୀନ ହେବାରେ ଲାଗିଛି ବିହାରର ବନ୍ୟା ସ୍ଥିତି। ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି । 78 ଲକ୍ଷ ଲୋକେ ବନ୍ୟା ପ୍ରଭାବିତ । ଅଧିକ ପଢନ୍ତୁ....

Death toll in Bihar flood mounts to 25, around 78 lakh people affected
ଭାସୁଛି ବିହାର: ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି

ପାଟନା: ସଙ୍ଗୀନ ହେବାରେ ଲାଗିଛି ବିହାରର ବନ୍ୟା ସ୍ଥିତି । ତେବେ ଗତ 24 ଘଣ୍ଟା ମଧ୍ୟରେ 16 ଜିଲ୍ଲାର 20 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଥିବା ବେଳେ ଦରଭଙ୍ଗା ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ମୁଜାଫରପୁରରୁ 6ଜଣ, ପଶ୍ଚିମ ଚମ୍ପାରନରୁ4, ସାରନ ଓ ସିୱାନରୁ ଦୁଇ ଲେଖାଁଏ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୀତାହାରୀ, ଶୋହର, ସୁପଲ, କିଶାନଗଞ୍ଜ, ଗୋପାଳଗଞ୍ଜ, ପୂର୍ବ ଚମ୍ପରାନ, ଖାଗରିଆ, ସାମସ୍ତିପୁର, ମଧୁବାଣୀ, ମାଧପୁରା ଓ ସାହାରା ଜିଲ୍ଲା ଗୁ଼ଡିକ ବନ୍ୟାରେ ପ୍ରଭାବିତ ହୋଇଛି ।

ତେବେ ଆଜି ପର୍ଯ୍ୟନ୍ତ 77.77 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । 16 ଜିଲ୍ଲାର 128 ବ୍ଲକ ଓ 1,282 ପଞ୍ଚାୟତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ବୁଲେଟିନ ଜାରି କରାଯାଇଛି । 12,500 ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । 1,000ଟି କମ୍ୟୁନିଟି କିଚେନ ସେଣ୍ଟରେରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଜଳବନ୍ଦୀ ଅଞ୍ଚଳରୁ ଏନଡିଆରଏଫ ଓ ଏସଡିଆରଏଫ ପାଖାପାଖି 5ଲକ୍ଷ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.