ଭାରତର ସୁପ୍ରିମକୋର୍ଟ ଅନେକ ଥର ନିଜ ବିଚାର ଧାରାରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏ ଦେଶରେ ସମ୍ବିଧାନ ହେଉଛି ସବୁଠାରୁ ଉର୍ଦ୍ଧ୍ବରେ । ବ୍ୟକ୍ତି ଯେତେ ବଡ଼ ହେଉ ନା କାହିଁକି ସେ କେବେ ସମ୍ବିଧାନଠୁ ଉଚ୍ଚକୁ ଯାଇପାରିବ ନାହିଁ । ଆନ୍ଧ୍ର ପ୍ରଦେଶରେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଏହି ପରିପ୍ରେକ୍ଷୀରେ ଆଲୋଚନା କରାଯାଇପାରେ । ଅମରାବତୀଠାରେ ଏହି ରାଜ୍ୟର ନୂଆ ରାଜଧାନୀ ସହର ନିର୍ମାଣ ଚାଲିଛି । ଏଥିପାଇଁ ପ୍ରାୟ ୩୪ ହଜାର ଏକର ଚାଷ ଜମିକୁ ୨୮ ହଜାର ଚାଷୀ ତାଙ୍କ ଜମିରେ ନୂଆ ରାଜଧାନୀ ସହର ଦେଖିବା ସ୍ଵପ୍ନରେ ସରକାରଙ୍କୁ ଦାନ ଦେଇଛନ୍ତି । ହେଲେ ସେମାନଙ୍କ ସ୍ଵପ୍ନ ଏବେ ଅଧାରେ ଅଟକିଯିବା ନେଇ ସନ୍ଦେହ ଉପୁଜିଛି ।
ଏହାର କାରଣ ହେଉଛି ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ପାର୍ଟି (ୱାଇସିପି)ର ସରକାର । ଯଦିଓ ଏହି ସରକାର ନିର୍ବାଚନ ପୂର୍ବରୁ ଇସ୍ତାହାରରେ ରାଜ୍ୟରେ ତିନୋଟି ଭିନ୍ନ ଭିନ୍ନ ରାଜଧାନୀ ସହର ଘୋଷଣା କରି ନଥିଲେ, କିନ୍ତୁ ବର୍ତ୍ତମାନ ରାଜ୍ୟର ବିକାଶକୁ କେବଳ ଅମରାବତୀରେ ସୀମିତ ନରଖି ସାମଗ୍ରିକ ବିକାଶ ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନେଉଥିବା ପ୍ରକାଶ କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ନିର୍ବାଚନ ପୂର୍ବରୁ ୱାଇସିପି ଏଥିଲାଗି ଆବଶ୍ୟକ ଘୋଷଣା ଇସ୍ତାହାରରେ କରିଥିଲେ କି? ନା, କଦାପି ନୁହେଁ । ଏହା ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ପାଇବା ଅହଙ୍କାର । ଯେତେବେଳେ ୱାଇସିପି କ୍ଷମତାକୁ ଆସିଲେ ସେତେବେଳଠୁ ଏହି ଅମରାବତୀ ବିକାଶ ପ୍ରକ୍ରିୟାରେ ବାଧା ଆସିଛି । ପୁଣି ଯେଉଁ ପ୍ରକ୍ରିୟାରେ ଏହିସବୁ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ତାହା ଆଶ୍ଚର୍ଯ୍ୟଜନକ । ଏହା ଅଧିନାୟକବାଦର ଆଉ ଏକ ଉଦାହରଣ । ବାରମ୍ବାର ‘ଆମେ ସବୁକିଛି’ ବୋଲି ନିଜକୁ ପ୍ରମାଣିତ କରୁଥିବା ଏହି ସରକାର ବିଧାନସଭାରେ ପୂର୍ବ ସରକାରର ଭୁଲ୍ ନୁହେଁ ବରଂ ଆଗକୁ ହେବାକୁ ଥିବା ଶହେ ବର୍ଷର ତ୍ରୁଟିକୁ ସୁଧାରିବା ଲାଗି ଏହା ଏକ ପ୍ରୟାସ ବୋଲି ପ୍ରଚାର ବୋଲି ଘୋଷଣା କରାଯାଇଛି । ‘ଆମେ ଅମରାବତୀ ଉପରେ ଅନ୍ୟାୟ କରୁନାହୁଁ ବରଂ ରାଜ୍ୟର ଅନ୍ୟ ଅଞ୍ଚଳକୁ ନ୍ୟାୟ ପ୍ରଦାନ କରୁଛୁ’ । ଅନିଶ୍ଚିତତା ଭିତରେ ଗତିକରୁଥିବା ଏକ ଛଳନାପୂର୍ଣ୍ଣ ସରକାରର ଏହା ହେଉଛି ବିଧାନସଭାରେ ରଖାଯାଇଥିବା ବାର୍ତ୍ତା, ଯାହାଦ୍ଵାରା ଯେଉଁ ଚାଷୀମାନେ ରାଜଧାନୀ ସହର ଦେଖିବା ସ୍ଵପ୍ନରେ ନିଜର ଜମି ଦାନ ଦେଇଥିଲେ, ତାହା ଭାଙ୍ଗି ଚୂରମାର ହୋଇଯାଇଛି ।
ଅର୍ଥାତ ଯେଉଁ ଜମିରେ ନୂଆ ବିଧାନସଭା ନିର୍ମାଣ ହେଉଥିଲା ତାହା ସେ ଚାଷୀଙ୍କ ମୃତ୍ୟର ଜମାନବନ୍ଦୀ ଲେଖିବାକୁ ଯାଉଛି । କୈଫତରେ କୁହାଯାଉଛି ଅମରାବତୀ ଏକ ବନ୍ୟାପ୍ରବଣ ଅଞ୍ଚଳ । ଏହାର ଜମି ପ୍ରକୃତିକ ଦୃଷ୍ଟିକୋଣରୁ ଅସ୍ଥାୟୀ । ଏହାଦ୍ଵାରା ଏଠାରେ ଯେଉଁ ନିର୍ମାଣ ପ୍ରୟାସ କରାଯିବ ସେଥିରେ ଅନେକ ଖର୍ଚ ହେବ । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଏକ ବିବୃତ୍ତି ଉଲ୍ଲେଖଯୋଗ୍ୟ । ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ଭଳି ରାଜ୍ୟର ଭିନ୍ନ ଭିନ୍ନ ରାଜଧାନୀ ଅର୍ଥାତ ବିଧି, ପ୍ରଶାସନ ଏବଂ ବିଚାରବ୍ୟବସ୍ଥା ପାଇଁ ପୃଥକ ପୃଥକ କେନ୍ଦ୍ର ରହିବା ଆବଶ୍ୟକ । ରାଜଧାନୀ ନିର୍ମାଣ ବାବଦରେ ପରାମର୍ଶ ଦେଉଥିବା ବୋଷ୍ଟନ୍ କନ୍ସଲାଣ୍ଟାନ୍ସୀ ଗ୍ରୁପ୍ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ସୁସମାଚାର ଭାବେ ଗ୍ରହଣ କରିଛି । ଉଚ୍ଚ କ୍ଷମତାପନ୍ନ କମିଟି ବି ଏହି ଅନୁସାରେ ଚିନ୍ତା କରୁଛି । ସବୁ ଅଞ୍ଚଳର ସମନ୍ବିତ ବିକାଶ ନାଁରେ ଏବେ ରାଜଧାନୀର ଅଙ୍ଗ ଗୁଡ଼ିକର ବିକେନ୍ଦ୍ରୀକରଣ କରାଯାଉଛି । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବାଲାଗି ଏବେ ମଞ୍ଚ ପ୍ରସ୍ତୁତ ହୋଇଛି । ବାସ୍ତବରେ କହିବାକୁ ଗଲେ ସରକାରଙ୍କ ଉପସ୍ଥିତିରେ ଅମରାବତୀର ଶୈଶବରେ ମୃତ୍ୟୁ ପ୍ରାୟ ସ୍ଥିର ହୋଇସାରିଛି ।
ଛଅ ବର୍ଷ ପୂର୍ବେ, ସେତେବେଳର ୟୁପିଏ ସରକାର, ଏମିତି ଏକ ଆନ୍ଧ୍ର ପ୍ରଦେଶର ଜନ୍ମ ଦେଲେ ଯାହାଙ୍କ ମୁଣ୍ଡରେ ୧୭ ହଜାର କୋଟିର ରାଜସ୍ଵ ନିଅଣ୍ଟ ପଡ଼ିଥିଲା । ୨୦୧୪ ମସିହା ନିର୍ବାଚନରେ ୱାଇସିପି ନିଜର ନିର୍ବଚନ ଇସ୍ତାହାରରେ ଘୋଷଣା କରିଥିଲା ଯେ, ସେମାନେ ରାଜ୍ୟବାସୀଙ୍କୁ ଏକ ବିଶ୍ଵସ୍ତରୀୟ ରାଜଧାନ ଦେବେ । ଏହି ରାଜଧାନୀ କେବଳ ଦେଶର ଅନ୍ୟ ରାଜଧାନୀ ସହରଗୁଡ଼ିକଠାରୁ ସୁନ୍ଦର ହେବ ତାହା ନୁହେଁ ଏହା ସାରା ବିଶ୍ଵର ଅନ୍ୟ ରାଜଧାନୀ ସହରଗୁଡ଼ିକ ମଧ୍ୟ ମଧ୍ୟ ପ୍ରତିଦ୍ଵନ୍ଦ୍ଵିତା କରିପାରିବ । ଖାଲି ସେତିକି ନୁହେଁ ଏହି ସହର ସାଧାରଣ ଲୋକଙ୍କ ପକେଟ୍କୁ ସୁହାଇଲା ଭଳି ସହର ହେବ । ଏମିତିକି ଗତବର୍ଷ ନିର୍ବାଚନ ଯେତେବଳେ ସେମାନେ ବିଧାନସଭା ନିର୍ବାଚନ ଯୋଜନା କରୁଥିଲେ ସେତେବଳେ ତିନୋଟି ରାଜଧାନୀ ଜୋନ୍ ପ୍ରସ୍ତୁତି କରିବା ଲାଗି ଯୋଜନା କରିଥିଲେ । ବିକେନ୍ଦ୍ରୀକରଣ ନୀତିରେ ବିଶ୍ଵାସ ରଖି ଏହି ତିନି ଅଞ୍ଚଳକୁ ବିକଶିତ କରାଯିବ । ଏସବୁ ଚାକିରି ଯୋଗାଇବା କ୍ଷେତ୍ରରେ ମୁକ୍ତ ଅଞ୍ଚଳ ସାଜିବେ । ୱାଇସିପି ଏହା ମଧ୍ୟ ଘୋଷଣା କରିଥିଲା ଯେ, ଯେତେବେଳେ ରାଜଧାନୀ ବା ବଡ଼ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କାର୍ଯ୍ୟ ଚାଲୁଥିବ ସେତେବଳେ ଅଧିକ ପୁଞ୍ଜି ରାଜ୍ୟକୁ ପ୍ରବେଶ କରିବ । ଏହାଦ୍ଵାର ନିର୍ମାଣ କ୍ଷେତ୍ରର ବିକାଶ ହେବ । ପୁଣି ନିର୍ମାଣ କ୍ଷେତ୍ର ବିକାଶ ହେଲେ ଅନ୍ୟ କ୍ଷେତ୍ରରେ ତାହାର ପରୋକ୍ଷ ପ୍ରଭାବ ପଡ଼ିବ । ପ୍ରଶ୍ନ ହେଉଛି ୱାଇସିପି କାହିଁକି ଅମରାବତୀ ବିକାଶ ବାଟରେ ଅନ୍ତରାୟ ହେଉଛି । ଯେଉଁ ସାମଗ୍ରିକ ବିକାଶ କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି, ତାହା କ’ଣ ଜିଲ୍ଲା, ତାଲୁକ ଓ ମଣ୍ଡଳ ଦ୍ଵାରା ହୋଇପାରିବ ନାହିଁ? ବାସ୍ତବରେ ଏହିସବୁ ସଂସ୍ଥାନ ତଥା ଆଞ୍ଚଳିକ ଉନ୍ନୟନ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିଲେ ବିକାଶ ସମ୍ଭବ ହୋଇପାରିବ । ଏଥିପାଇଁ ପାଣ୍ଠି ନ ଯୋଗାଇ କୁର୍ନୁଲ୍ଠାରେ ହାଇକୋର୍ଟ ଏବଂ ଭାଇଜାଗ୍ରେ ସଚିବାଳୟ ସ୍ଥାପନ ପାଇଁ ଆଦେଶ ଦେବା ଦ୍ଵାରା ଅସମାନତାକୁ ରୋଗ ଦିଆଯାଇପାରିବ ନାହିଁ । ପ୍ରକୃତରେ ଏହା ରାଜ୍ୟର ରାଜଧାନୀ ପାଇଁ ମୃତ୍ୟୁର ପଦଧ୍ବନୀ ହିଁ ଶୁଣାଇବ ଆଉ ଏହା ତାଙ୍କର ରାଜନୀତିକ ପାଗଳାମୀର ମନଗଢ଼ା କାହାଣୀ ହେବ ।
ଯେକୌଣସି ରାଜ୍ୟ ପାଇଁ ତାହାର ରାଜଧାନୀ ମସ୍ତକ ସଦୃଶ। ‘ଆମେ ରାଜଧାନୀରେ ଯାହା ଦେଖିବାକୁ ଚାହୁଁଛ, ସେ ହେଉଛି ଆମେ’- ମଡନାଇଜେସନ୍ ଆଇନକୁ ସ୍ଵାକ୍ଷର କରିବା ଅବସରରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଏହାକୁ ଘୋଷଣା କରିଥିଲେ । ସେପ୍ଟେମ୍ବର ୨୦୧୪ ମସିହାରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର ଯେତେବେଳେ ନୂଆ ରାଜଧାନୀ ବିଷୟ ଉଠାଇଥିଲେ ସେତେବେଳେ କହିଥିଲେ ଯେ, ନୂଆ ରାଜଧାନୀକୁ ରାଜ୍ୟର ସମସ୍ତ ବିକାଶମୂଳକ କାର୍ଯ୍ୟର କେନ୍ଦ୍ରସ୍ଥଳ ବୋଲି ବର୍ଣ୍ଣନା କରିଥିଲେ । ଅର୍ଥନୀତିକ ପରିଚାଳନାର ଏହା ପ୍ରମୁଖ ସ୍ଥଳ ହେବା ସହ ରାଜ୍ୟର ସଂସ୍କୃତିକୁ ଆଗକୁ ବଢ଼ାଇବା ଲାଗି ପ୍ରାଣକେନ୍ଦ୍ର ହେବ ବୋଲି ବର୍ଣ୍ଣନା କରିଥିଲେ । ଏହାସହ ଏହି ସହର ଶାସନ ପରିଚାଳନାରେ ସହଭାଗିତାର ପ୍ରମୁଖ ସ୍ଥଳୀ ହେବ ବୋଲି କହିଥିଲେ । ଏହି ଆଶାରେ ସେତେବେଳେ ୨୮ ହଜାର ଚାଷୀ ସେମାନଙ୍କ ୩୪ ହଜାର ଏକର ଜମିକୁ ରାଜଧାନୀ ନିର୍ମାଣ ପାଇଁ ସ୍ଵତଃ ଅର୍ପଣ କରିଥିଲେ । ଏହାଛଡ଼ା ଲୋକମାନେ ଏଠାରେ ରାଜଧାନୀ ନର୍ମାଣ ପାଇଁ ବିଭିନ୍ନ ପ୍ରାନ୍ତରୁ ୫୮ ଲକ୍ଷ ଇଟା ଦାନ କରିଥିଲେ ।
ଲୋକଙ୍କ ଏହି ଆଗ୍ରହ ସେମାନଙ୍କୁ କୌଣସି ଆଞ୍ଚଳିକବାଦରେ ଯେ ବାନ୍ଧି ନଥିଲା ତାହାକୁ ସ୍ପଷ୍ଟ କରିଥିଲା । କିନ୍ତୁ ଯେତେବେଳେ ଜଗନ୍ଙ୍କ ସରକାର ଶାସନକୁ ଆସିଲା ସେତେବେଳେ ବିଭିନ୍ନ ବିଶ୍ଵସ୍ତରୀୟ ସଂଗଠନଙ୍କ ରିପୋର୍ଟକୁ ପଛରେ ପକାଇଦେଇଥିଲେ । ଏହି ରିପୋର୍ଟ ଅମରାବତୀ ଅଞ୍ଚଳକୁ ରାଜଧାନୀ ହେବାର ବିଶେଷ କ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଥିଲା । ସମସ୍ତ ଆବଶ୍ୟକ ସମ୍ପଦ ଏହିଠାରୁ ମିଳିପାରିବ ତଥା ଏହି ସହର ଏକ ଆତ୍ମନିର୍ଭରଶୀଳ ସହର ହୋଇପାରିବ ବୋଲି ବିଶ୍ଵାସ କରାଯାଇଥିଲା । ହେଲେ ଏସବୁ ରିପୋର୍ଟକୁ ଚାପି ରଖିବା ଦ୍ଵାରା ଏବେ ନୂଆ ରାଜଧାନୀ ସହରରେ ନିଜର ଅଫିସ ତିଆରି କରି ନିବେଶ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଲାଗି ସ୍ଵପ୍ନ ଦେଖିଥିବା ୧୨୦ କମ୍ପାନୀଙ୍କ ଭାଗ୍ୟ ଅନିଶ୍ଚିତତା ଆଡ଼କୁ ଗତି କରିଛି । ବର୍ଷକୁ ୧୨ ହଜାର କୋଟି ଟଙ୍କା ରୋଜଗାର ପାଇଁ ଏହି ଅଞ୍ଚଳରେ ସୁଯୋଗ ରହିଛି । ଗଲା ୮ ବର୍ଷ ଭିତରେ ଏହି ସହରର ବିକାଶ ପାଇଁ ସିଆର୍ଡିଏ ୧୨୬୦୦ କୋଟି ଟଙ୍କା ନିବେଶ ପ୍ରସ୍ତାବ କରିଛନ୍ତି । ବର୍ତ୍ତମାନର ସରକାର ସିଆର୍ଡିଏକୁ ଉଚ୍ଛେଦ କରି ଆଉ ୫ ବର୍ଷ ଅତିରିକ୍ତ ଚୁକ୍ତି ଘୋଷଣା କରିଛନ୍ତି । ଏହା ଏକ ବାହାସ୍ଫଟ ରାଜଧାନୀ ପାଇଁ ଚାଷୀମାନେ ସେମାନଙ୍କ ପ୍ରିୟ ଜମି ଦାନ ଦେବା ବାସ୍ତବରେ ଏକ ଅପ୍ରତ୍ୟାଶିତ ଅବଦାନ। କିନ୍ତୁ ଜଗନ ସରକାର ଯେଉଁଭଳି ଭାବେ ନିଷ୍ପତ୍ତି ବଦଳାଇଛନ୍ତି ତାହା ଏହି ଲୋକମାନଙ୍କ ଭବିଷ୍ୟତକୁ ଧୂଳିସାତ କରିବା ସହ ରାଜ୍ୟର ଭବିଷ୍ୟତ ସ୍ଵପ୍ନକୁ ମଧ୍ୟ ଭଙ୍ଗ କରିଛନ୍ତି ।