ଜୟପୁର : ପଶ୍ଚିମ ରାଜସ୍ଥାନରେ ଯୋଧପୁର ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ମୌସୁମୀ ଆସିବା ପୂର୍ବରୁ ଗ୍ରୀଷ୍ମ ପ୍ରବାହରେ ଯୋଧପୁର ପୋଖରୀରେ ମୃତ ମାଛ ଭାସୁଥିବା ଦେଖାଯାଇଥିଲା । ସୋଏଲା ଗାଁର ଜଣେ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ପୋଖରୀରେ ପାଣି ଶୁଖି ଯିବାରୁ ମାଛମାନେ ପ୍ରାଣ ହରାଇଛନ୍ତି । ଗ୍ରାମବାସୀମାନେ ପୋଖରୀ ପୂର୍ଣ୍ଣ କରିବା ପାଇଁ ଏକ ପାଣି ଟାଙ୍କି ନିୟୋଜିତ କରିବା ପାଇଁ ଟଙ୍କା ଜମା କରିଛନ୍ତି । ଏପରି କରିବା ଦ୍ବାରା ମୌସୁମୀ ଆସିବା ପର୍ଯ୍ୟନ୍ତ ଅତି କମରେ କିଛି ମାଛ ବଞ୍ଚିପାରିବେ ।
ସ୍ଥାନୀୟ ତହସିଲଦାର କହିଛନ୍ତି, ‘‘ବର୍ତ୍ତମାନ ସୁଦ୍ଧା ଏଠାଲରେ ବର୍ଷାର ଗୋଟିଏ ବୁନ୍ଦା ବି ନାହିଁ । ତେଣୁ ଜଳ ସ୍ତର ତଳକୁ ଖସିଯିବାରୁ ମାଛଗୁଡିକ ମାରିଯାଇଛନ୍ତି । ପ୍ରତ୍ୟେକେ 300 ଟଙ୍କା ଯୋଗାଇବା ପରେ ଆମେ ପାଣି ଟାଙ୍କିର ବ୍ୟବସ୍ଥା କରିଥିଲୁ। ଜଳ ପୋଖରୀକୁ ସ୍ଥାନାନ୍ତରିତ ହେଉଛି ଯାହାଦ୍ୱାରା ଜୀବିତ ମାଛ ବଞ୍ଚିପାରିବେ ।’’
ଯଦିଓ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଅଗ୍ରଗତି ସ୍ୱାଭାବିକ ହୋଇଛି, ତଥାପି ରାଜସ୍ଥାନରେ ପହଞ୍ଚିବା ଚଳିତ ବର୍ଷ ପ୍ରାୟ 10 ଦିନ ବିଳମ୍ବ ହେବ ପାଣିପାଗ ପକ୍ଷରୁ ଜଣାପଡିଛି । ମୌସୁମୀ ଜୁନ୍ 25 ରେ ରାଜସ୍ଥାନରେ ପହଞ୍ଚି ସେପ୍ଟେମ୍ବର 27 ରେ ପ୍ରସ୍ଥାନ କରିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି । ଜୁଲାଇ 8 ସୁଦ୍ଧା ସମଗ୍ର ରାଜ୍ୟକୁ ଆଚ୍ଛାଦନ କରିବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ଜଣାପଡିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ