ETV Bharat / bharat

ଦ୍ବିତୀୟ କୋଭିଡ ଭ୍ୟାକସିନର ହେବ କ୍ଲିନିକାଲ ଟ୍ରାଏଲ, ଅନୁମତି ଦେଲା DCGI

କୋଭିଡ-19 ଟିକା ପାଇଁ ମାନବ ପରୀକ୍ଷଣରେ ପ୍ରବେଶ କରିବା ପାଇଁ ଫାର୍ମା କମ୍ପାନୀ ଜିଡସ କ୍ୟାଡିଲା ଭାରତର ଦ୍ୱିତୀୟ ପ୍ରାର୍ଥୀ ହୋଇପାରିଛି। ସରକାରୀ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଫାର୍ମା କମ୍ପାନୀ ପଶୁଙ୍କ ପରୀକ୍ଷା ଉପରେ ଆଧାର କରି DCGI ରେ ତଥ୍ୟ ଦାଖଲ କରିଛନ୍ତି ଯାହା ସନ୍ତୋଷଜନକ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Jul 3, 2020, 9:12 AM IST

କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମିତ ଦେଲା ଡିସିଜିଆଇ

ନୂଆଦିଲ୍ଲୀ: କୋଭିଡ-19 ବିରୁଦ୍ଧରେ ଭାରତର ଦ୍ବିତୀୟ ଟିକା । ପ୍ରାଥମିକ ଓ ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଲା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) । ଏହି ଟିକାକୁ ଫାର୍ମାସ୍ୟୁଟିକାଲ ଫାର୍ମ ଜିଡସ କ୍ୟାଡିଲା ପ୍ରସ୍ତୁତ କରିଛି । ପ୍ରଥମ ଟିକା ଭାରତ ବାୟୋଟିକ ପ୍ରସ୍ତୁତ କରିଥିବାବେଳେ ଏହାକୁ କ୍ଲିନିକାଲ ଟ୍ରାଏଲ ପାଇଁ ଆଇଏମସିଆର ଅନୁମତି ଦେଇସାରିଛି ।

ସାରା ବିଶ୍ବ କୋରୋନା ବିରୁଦ୍ଧରେ ଏକ ଅଘୋଷିତ ଲଢେଇ ଜାରି ରଖିଛନ୍ତି । ଏହାର ମୁକାବିଲା ପାଇଁ ଦିନ ରାତି ଏକ କରି ବିଶ୍ବର ସମସ୍ତ ଡ୍ରଗ୍ସ ନିର୍ମାତା ଔଷଧ ଓ ଭ୍ୟାକ୍ସିନ ଦିଗରେ କାମ କରୁଛନ୍ତି । ଏଯାବତ କୌଣସି ଦେଶକୁ ସଫଳତା ହାସିଲ ହୋଇନାହିଁ । ଟିକା ଏବଂ ଜେନେରିକ ଔଷଧ ଅଗ୍ରଣୀ ଉତ୍ପାଦକ ଭାବେ ଭାରତ ଏହି ଦୌଡରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ବିଭିନ୍ନ ଅନୁଷ୍ଠାନ ବିଭିନ୍ନ ଔଷଧ ଉପରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସମଗ୍ର ବିଶ୍ୱରେ ମଣିଷ ଉପରେ ଅତି କମରେ 17 ଟି ଟିକା ପରୀକ୍ଷା କରାଯାଇଛି।

ଡିସିଜିଏ ଦ୍ୱାରା ଅନୁମୋଦିତ ପାଇବା ପରେ କମ୍ପାନୀ ଭ୍ୟାକ୍ସିନ ପ୍ରସ୍ତୁତ ଦିଗରେ ଆଗେଇ ଚାଲିଛି ବୋଲି ଜଣେ ଅଧିକାରୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି। ପଶୁଙ୍କ ପରୀକ୍ଷା ଉପରେ ଆଧାର କରି କମ୍ପାନୀ ଡିସିଜିଆଇରେ ତଥ୍ୟ ଦାଖଲ କରିଛି। ମୂଷା, ଠେକୁଆ, ଘୁଷୁରୀ, ଠାରେ ପରୀକ୍ଷା କରାଯିବ ପରେ ସେମାନଙ୍କ ଠାରେ ଭାଇରସ ବିରୋଧରେ ଆଣ୍ଟିବଡି ବୃଦ୍ଧି ଦେଖିବାକୁ ମିଳିଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପଶୁଙ୍କ ଠାରେ ପରୀକ୍ଷା ତଥ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ପରେ ଏହା ସନ୍ତୋଷଜନକ ରହିଥିଲା। ତେଣୁ ଡିସିଜିଆଇ ଜିଡସ କ୍ୟାଡିଲାଙ୍କୁ ସଫଳ ପଶୁ ପରୀକ୍ଷା ପରେ ମଣିଷ ଉପରେ କୋଭିଡ-19 ଟିକା ପାଇଁ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରିବାକୁ ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ସମ୍ଭାବ୍ୟ କୋଭିଡ ଟିକା ପାଇଁ ଭାରତରେ ଦୁଇଟି ସ୍ୱଦେଶୀ ଉତ୍ପାଦକ ରହିଛି ।

ନିକଟ ଅତୀତରେ, ଡିସିଜିଆଇ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ୍ (ବିବିଏଲ୍)କୁ ଅନୁମତି ଦେଇଛି । ଯିଏ ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହିତ ସହଭାଗୀ ହୋଇ କୋଭିଡ-19 ପାଇଁ ଏକ ସ୍ୱଦେଶୀ ଟିକା ବିକଶିତ କରିବା ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମାନବ କ୍ଲିନିକାଲ ପରୀକ୍ଷା ପରିଚାଳନା କରିଛି। ଯାହାର ନାମ କୋଭିକ୍ସିନ ରଖାଯାଇଛି । ଏହି ଟିକା ବିକଶିତ କରିବା ପାଇଁ ପୁଣେ ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (NIV)ରେ ଆଇସୋଲେଟ ଭାଇରସ ଷ୍ଟ୍ରେନକୁ ବ୍ୟବହାର କରୁଛି ଭାରତ ବାୟୋଟେକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.