ETV Bharat / bharat

ମାସୁଦ-ଦାଉଦ-ସଇଦ ଆତଙ୍କବାଦୀ ଘୋଷିତ - dawood ibrahim

ହାଫିଜ ସଇଦ, ମାସୁଦ ଆଝାର ଓ ଦାଉଦ ଇବ୍ରାହିମ ଏବଂ ଜାକି-ଉର-ରେହେମାନ ଲଖଭୀକୁ  ବିଧିବଦ୍ଧ ଭାବେ ଆତଙ୍କୀ ଘୋଷଣା କରିଛି ଭାରତ । ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧିନରେ ଏହି 4 ଜଣଙ୍କୁ  ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି  ।

ଫାଇଲ ଫଟୋ
author img

By

Published : Sep 4, 2019, 5:01 PM IST

ନୂଆଦିଲ୍ଲୀ: ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ଭାରତ ସରକାରଙ୍କ ବଡ ନିଷ୍ପତ୍ତି । ହାଫିଜ ସଇଦ, ମାସୁଦ ଆଝାର ଓ ଦାଉଦ ଇବ୍ରାହିମ ଏବଂ ଜାକି-ଉର-ରେହେମାନ ଲଖଭୀକୁ ବିଧିବଦ୍ଧ ଭାବେ ଆତଙ୍କୀ ଘୋଷଣା କରିଛି ଭାରତ । ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧିନରେ ଏହି 4 ଜଣଙ୍କୁ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି ।

ଏହି ତାଲିକାରେ ପ୍ରଥମ ନାମ ୨୦୦୧ ସଂସଦ ଆକ୍ରମଣ ତଥା ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ମାସୁଦ ଆଝାରର ରହିଛି । ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାବାର ମୁଖ୍ୟ ତଥା ୨୦୦୮ ମସିହା ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦ ଏହି ତାଲିକାରେ ଦ୍ବିତୀୟ ନମ୍ବରରେ ରହିଛି । ସେହିପରି ତୃତୀୟ ନମ୍ବରରେ ମାଫିଆ ଡନ ଦାଉଦ ଇବ୍ରାହିମ ରହିଥିବା ବେଳେ ଚତୁର୍ଥରେ ଆତଙ୍କବାଦୀ ଜାକି-ଉର-ରେହେମାନ ଲଖଭୀର ନାମ ରହିଛି । ବୁଧବାର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇ ସମସ୍ତଙ୍କୁ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଥିବା କୁହାଯାଇଛି ।

ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ)ରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନକୁ ଚଳିତ ବର୍ଷ ଜୁଲାଇରେ ସଂସଦ ଅନୁମୋଦନ କରିଥିଲା । ନୂଆ ପ୍ରାବଧାନ ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେନ୍ଦ୍ର ଓ ରାଜ୍ୟ କର୍ତ୍ତୃପକ୍ଷ ଆତଙ୍କବାଦୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତିକୁ ଜବତ କରିପାରିବେ। ଏହା ପୂର୍ବରୁ ଥିବା ଆଇନରେ କେବଳ ଆତଙ୍କବାଦୀ ସଂଗଠନକୁ ହିଁ ଆତଙ୍କବାଦ ଘୋଷଣା କରାଯାଉଥିଲା ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.