ETV Bharat / bharat

ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିବ ଗୃହମନ୍ତ୍ରଣାଳୟ, ଗଠନ ହେଲା ସ୍ବତନ୍ତ୍ର ଦଳ

ୟୁଏପିଏର ନୂତନ ନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ସମ୍ପତ୍ତି ଜବତ କରାଯିବ।

ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିବ ଗୃହମନ୍ତ୍ରଣାଳୟ

author img

By

Published : Jul 27, 2020, 2:16 PM IST

ନୂଆଦିଲ୍ଲୀ: ୟୁଏପିଏ(ଅନଲଫୁଲ ଆକ୍ଟିଭିଟିଜ ପ୍ରିଭେନ୍ସନ ଆମେଣ୍ଡମେଣ୍ଟ ଆକ୍ଟ)ର ନୂତନ ନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ସମ୍ପତ୍ତି ଜବତ କରାଯିବ। ଗୃହ ମନ୍ତ୍ରଣାଳୟ 44 ଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରିଛି। ଏହି ଅଧିକାରୀମାନେ ୟୁଏପିଏ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଲୋକଙ୍କ ସମ୍ପତ୍ତି ଉପରେ ନଜର ରଖିବେ । ଏଥିସହ ଏହି ଦଳ ସେମାନଙ୍କ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବେ ।

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଦଳ ଭାରତରେ ଆତଙ୍କବାଦ ସହ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ନଜର ରଖିବ। ଏହି ଦଳରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି), ଆର୍ଥିକ ଇଣ୍ଟେଲିଜେନ୍ସ (ଏଫୟୁୟୁ), ଆରବିଆଇ, ଗୃହ ମନ୍ତ୍ରଣାଳୟ, ସେବି, ଏଟିଏସ୍ ଅଫ୍ ଷ୍ଟେଟ୍ସ, ରାଜ୍ୟ ସିଆଇଡି ଓ ଅନ୍ୟାନ୍ୟ ବିଭାଗ ସାମିଲ ହେବେ।

ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଏହି 44 ଅଧିକାରୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଜାତିସଂଘରେ ଆତଙ୍କବାଦୀ ଘୋଷିତ ଲୋକଙ୍କ ତାଲିକା ପ୍ରଦାନ କରିବେ । ଗୃହ ମନ୍ତ୍ରଣାଳୟ ନୂତନ ୟୁଏପିଏ ଅଧିନିୟମ ଅନୁଯାୟୀ, ଦାଉଦ ଇବ୍ରାହିମ, ମାସୁଦ ଅଜହର, ଜାକିର-ଉର-ରେହମାନ ଲାଖଭୀ ଓ ହାଫିଜ ସଇଦକୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି। ଏହାସହ ଆହୁରି 9 ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ବ୍ୟକ୍ତିଗତ ଭାବେ ୟୁଏପିଏ ଅଧୀନରେ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଗୃହ ମନ୍ତ୍ରଣାଳୟର ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.