ETV Bharat / bharat

ଦାଉଦର ସହଯୋଗୀ ରିୟାଜ ଭାଟି ଗିରଫ

author img

By

Published : Jul 2, 2019, 7:39 PM IST

Updated : Jul 2, 2019, 7:53 PM IST

ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭାଟିକୁ ଗିରଫ କରାଯାଇଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଆଣ୍ଟି ଏକ୍ସଟର୍ଶନ ସେଲ ତାକୁ ଗିରଫ କରିଛି ।

ଫାଇଲ ଫଟୋ

ମୁମ୍ବାଇ: ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମକୁ ବଡ ଧରଣର ଝଟକା ଲାଗିଛି । ଦାଉଦର ସହଯୋଗୀ ରିୟାଜ ଭାଟିକୁ ଗିରଫ କରାଯାଇଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଆଣ୍ଟି ଏକ୍ସଟର୍ଶନ ସେଲ ତାକୁ ଗିରଫ କରିଛି । ଭାଟି ମୁମ୍ବାଇ କ୍ରିକେଟ ଆସୋସିଏସନର ସଦସ୍ୟତା ହାସଲ କରିବା ପାଇଁ ଜାଲ ଦସ୍ତଖତର ସାହାରା ନେଇଥିବା ଜଣା ପଡିଛି ।

ଏହା ପୂର୍ବରୁ ଭାଟିକୁ 2015ରେ 2 ଟି ପାସପୋର୍ଟ ରଖିଥିବା ଅଭିଯୋଗରେ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ବିମାନ ବନ୍ଦରରେ ଇମିଗ୍ରେସନ ତଦନ୍ତ ସମୟରେ ସୁରକ୍ଷା ଏଜେନ୍ସି ତା ବ୍ୟାଗରୁ 2 ଟି ଭିନ୍ନ ଦେଶର ପାସପୋର୍ଟ ଜବତ କରିଥିଲା । ଏହା ବ୍ୟତିତ ଭାଟି ବିରୁଦ୍ଧରେ ଅନେକ ସଙ୍ଗୀନ ମାମଲା ରହିଛି ।

Intro:Body:

For testing

Conclusion:
Last Updated : Jul 2, 2019, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.