ନୂଆଦିଲ୍ଲୀ: ବିଜେପି ପିଚ୍ ଛାଡି ଦରଭଙ୍ଗା ସାଂସଦ ଖୁବଶୀଘ୍ର କଂଗ୍ରେସ ପିଚରେ ଚଳିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି । ସୂଚନା ଅନୁଯାୟୀ ଚଳିତ ମାସ 12 ତାରିଖରେ କଂଗ୍ରେସରେ ଯୋଗ ଦେଇପାରନ୍ତି ।
କିଛି ଦିନ ତଳେ ବିହାରର ଏହି ବିଜେପି ସାଂସଦ ପ୍ରେସମିଟ୍ କରି ରାଜ୍ୟର ଶାସକ ଦଳ ଜେଡିୟୁ-ବିଜେପି ଉପରେ ଖୁବ୍ ବର୍ଷିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ଝା ଆଜାଦଙ୍କ ପୁଅ କିର୍ତ୍ତୀ ଆଜାଦ୍ । ତେଣୁ କଂଗ୍ରେସକୁ ଫେରିବା ତାଙ୍କ ପାଇଁ କଷ୍ଟକର ବ୍ୟାପର ହେବ ନାହିଁ ଏବେର ରାଜନୈତିକ ସ୍ଥିତିକୁ ଦେଖିଲେ । ଏବେ ନୁହଁ ବିହାରରେ ଶତ୍ରୁଘ୍ନ ସିହ୍ନା ଓ କିର୍ତ୍ତୀ ଆଜାଦ୍ ବିଜେପି ଛାଡିବା ନେଇ ଦୀର୍ଘ ଦିନରୁ ଚର୍ଚ୍ଚାରେ ରହି ଆସିଛନ୍ତି ।
ତେବେ ସଂସଦରେ ଚାଲିଥିବା ବଜେଟ ଅଧିବେଶନରେ ଯୋଗ ଦେଇଛନ୍ତି କିର୍ତ୍ତୀ । ବଜେଟ ଅଧିବେଶନ ଶେଷ ହେବା ପରେ ନିଜ ନିଷ୍ପତ୍ତି ଖୁବଶୀଘ୍ର ନେବେ ବୋଲି ସୂଚନା ଦେଇଛନ୍ତି କ୍ରିକେଟରରୁ ରାଜନୀତିରେ ପାଦ ଥାପିଥିବା ଏହି ନେତା ।