ETV Bharat / bharat

ଭଉଣୀ ପାଇଁ ରାକ୍ଷୀରେ ବନ୍ଧୁକ ଛାଡିଲା ନକ୍ସଲ ଭାଇ

author img

By

Published : Aug 3, 2020, 3:18 PM IST

ଭଉଣୀର ରାକ୍ଷୀ ପ୍ରତିବଦଳରେ ନକ୍ସଲ ରାସ୍ତା ଛାଡିଲା ଭାଇ । ଭଉଣୀର ନିବେଦନ ପରେ ମୁଖ୍ୟ ସ୍ରୋତକୁ ଫେରିଆସଛନ୍ତି ମଲ୍ଲା ତାମୋ । ଅଧିକ ପଢନ୍ତୁ...

ଭଉଣୀ ପାଇଁ ରାକ୍ଷୀରେ ବନ୍ଧୁକ ଛାଡିଲା ନକ୍ସଲ ଭାଇ
ଭଉଣୀ ପାଇଁ ରାକ୍ଷୀରେ ବନ୍ଧୁକ ଛାଡିଲା ନକ୍ସଲ ଭାଇ

ଦାନ୍ତେୱାଡା: ଏନକାଉଣ୍ଟର ଓ ବୋମା ବିସ୍ଫୋରଣ ପାଇଁ ଖବରର ଶିରୋନାମା ପାଲଟିଥିବା ଦାନ୍ତେୱାଡାରୁ ଏକ ଖୁସି ଖବର ଆସିଛି । ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀକୁ ମିଳିଲା ଅନନ୍ୟ ଉପହାର । ବନ୍ଧୁକ ଛାଡି ହାତରେ ଭଉଣୀର ରାକ୍ଷୀ ବାନ୍ଧିଲା ନକ୍ସଲ ଭାଇ । ଭଉଣୀର ରାକ୍ଷୀ ପ୍ରତିବଦଳରେ ନକ୍ସଲ ରାସ୍ତା ଛାଡିଲା ଭାଇ । ଭଉଣୀର ନିବେଦନ ପରେ ମୁଖ୍ୟ ସ୍ରୋତକୁ ଫେରିଆସଛନ୍ତି ମଲ୍ଲା ତାମୋ ।

ଏହି ନକ୍ସଲ ଧରିବାକୁ ପୋଲିସ 8 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆଜି ଏ ନକ୍ସଲ ଭଉଣୀର ସ୍ନେହ ଓ ଭଲ ପାଇବାରେ ଛନ୍ଦି ହୋଇ ଅସାମାଜିକ କାର୍ଯ୍ୟକଳାପରୁ ଦୂରେଇ ଯାଇଛି ।

ଭଉଣୀ ନିଜେ ଏସପିଙ୍କ ନିକଟକୁ ତାଙ୍କୁ ଆଣି କହିଲା ମୋ ଭାଇ ଫେରି ଆସିଛନ୍ତି। ସେ ଆଉ ଭୁଲ୍ କରିବେ ନାହିଁ, ମୋ ସହିତ ରହିବ । ଦାନ୍ତେୱାଡା ଏସପି ରିପୋର୍ଟ କରିଛନ୍ତି ଯେ ମଲ୍ଲା ଜଣେ ନକ୍ସଲ ଡେପୁଟି କମାଣ୍ଡର। ସେ ଏପରି ଅନେକ ଘଟଣାରେ ଜଡିତ ଥିଲେ ଯେଉଁଥିରେ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.