ETV Bharat / bharat

ମହାମାରୀ କୋରୋନା: ଅନଲାଇନରେ ମାଗଣା ଉପଦେଶରୁ ହୁଅନ୍ତୁ ସାବଧାନ

author img

By

Published : Mar 5, 2020, 9:31 PM IST

ମହାମାରୀର ରୂପ ନେଇଛି କୋରୋନା । ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି ଏହାର ଭୟାବହତା । ଏମିତିରେ ଅନଲାଇନରେ ବ୍ୟାପୁଥିବା ରୋଗ ପ୍ରତିଷେଧକରୁ ହୁଅନ୍ତୁ ସାବଧାନ...

corona virus, corona virus latest news, online advice on corona, କୋରୋନା ସମ୍ବନ୍ଧୀୟ ଅନଲାଇନ ତଥ୍ୟ, କୋରୋନା ଭାଇରସ, କୋରୋନା ଲାଟେଷ୍ଟ ନ୍ୟୁଜ୍‌
ମହାମାରୀ କୋରୋନା: ଅନଲାଇନରେ ମାଗଣା ଉପଦେଶରୁ ହୁଅନ୍ତୁ ସାବଧାନ

ହାଇଦ୍ରାବାଦ: ମହାମାରୀର ରୂପ ନେଇଛି କୋରୋନା । ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି ଏହାର ଭୟାବହତା । ଏମିତିରେ ଏହି ରୋଗରୁ ବର୍ତ୍ତିବା ପାଇଁ ଜାରି ହୋଇଛି ସରକାରୀ ସ୍ତରରେ ଆଡଭାଇଜରି । ହେଲେ ଏହା ବ୍ୟତୀତ ଅନଲାଇନ ବିଭିନ୍ନ ସାଇଟରେ ବି ଜାରି ହେଉଛି ଉପଦେଶ । ଯଦି ଆପଣ ବି ଏପରି କିଛି ସାଇଟରୁ କୋରୋନାରୁ ବଞ୍ଚିବା ପାଇଁ ଟିପ୍ସ ଫଲୋ କରୁଥାଆନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି କରିପାରେ ।

ନିମ୍ନଲିଖିତ କଥା ପ୍ରତି ରଖନ୍ତୁ ବିଶେଷ ଧ୍ୟାନ:

- ବର୍ତ୍ତମାନ ସମୟରେ କୋରୋନା ଭାଇରସରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ହେଲେ ଏହି ମାସ୍କକୁ କେବଳ ମେଡିସିନ ଷ୍ଟୋରରୁ ନେବା ବୁଦ୍ଧିମତାର କାର୍ଯ୍ୟ । ମେଡିସିନ ଷ୍ଟୋର ବ୍ୟତୀତ ଯଦି ଆପଣ ଅନଲାଇନରେ ଏହି ମାସ୍କକୁ ନେଇ କୌଣସି ଆକର୍ଷଣୀୟ ଅଫରର ଜାଲରେ ପଡୁଛନ୍ତି ତେବେ ଏଥିରୁ ଶୀଘ୍ର ବାହାରିଯିବା ଭଲ ।

- ଅନଲାଇନରେ ମିଳୁଥିବା ‘ଏନ95’ ମାସ୍କରେ ଥିବା ଛିଦ୍ର ଦେଇ କୋରୋନା ଭୂତାଣୁ ଶରୀରରେ ପ୍ରବେଶ କରିପାରେ । ଏମିତିରେ ସର୍ଜିକାଲ ମାସ୍କ ବି ସମାନ ପରିଣାମ ଦେଇପାରେ । ତେଣୁ ଉଭୟଙ୍କ ମଧ୍ୟରେ ତର୍କର କୌଣସି ଆବଶ୍ୟକତା ନାହିଁ ।

- କୋରୋନାରୁ ମୁକ୍ତି ପାଇଁ ଅନଲାଇନରେ ଆପଣଙ୍କୁ ମିଳିପାରେ ଅନେକ ତେଲ ଓ ଔଷଧ ଆଦିର ଅପ୍ସନ । ଏହା ପଇସା କମାଇବାର ଏକ ସହଜ ଉପାୟ ମାତ୍ର । ଏସବୁରେ ବିଶ୍ବାସ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

- ଯେକୌଣସି ୱେବସାଇଟରେ କୋରୋନା ରୋଗ ସଂକ୍ରାନ୍ତରେ ସର୍ଚ୍ଚ କରନ୍ତୁ ନାହିଁ ।

- ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କୋରୋନା ରୋଗ ଚିହ୍ନଟ ପାଇଁ କୌଣସି କିଟ ପ୍ରସ୍ତୁତ କରାଯାଇନାହିଁ । ତେଣୁ ଅନଲାଇନରେ ଦେଖାଉଥିବା ଏପରି କୌଣସି ପ୍ରଡକ୍ଟକୁ ବିଶ୍ବାସ କରନ୍ତୁ ନାହିଁ ।

- ଏପରି ସ୍ଥିତିରେ ହ୍ବାଟ୍ସଆପ ବା ଟିକଟିକରେ ଭାଇରାଲ ହେଉଥିବା ମେସେଜ ବା ଭିଡିଓକୁ ବିନା ଡାକ୍ତରୀ ପରାମର୍ଶରେ ବିଶ୍ବାସ କରନ୍ତୁ ନାହିଁ କି ଫରୱାର୍ଡ କରନ୍ତୁ ନାହିଁ ।

- ୟୁଟ୍ୟୁବରେ କୌଣସି ଭିଡିଓକୁ ବିନା ପ୍ରମାଣରେ ବିଶ୍ବାସ କରନ୍ତୁ ନାହିଁ ।

- ଦେହ ଅସୁସ୍ଥ ଥିଲେ ଅନଲାଇନରେ ରୋଗ ଲକ୍ଷଣ ଦେଖିବା ଅପେକ୍ଷା ଡାକ୍ତରୀ ପରୀକ୍ଷା କରାନ୍ତୁ ।

- ସୋସିଆଲ ମିଡିଆରେ ନିଜ ମତାମତ ରଖିବା ପୂର୍ବରୁ ଏହା କେତେଦୂର ଯୁକ୍ତିଯୁକ୍ତ ଓ ସତ ତାହା ଥରେ ପରଖି ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.