ETV Bharat / bharat

ଦଳିତ ପରିବାର ପାଇଲେ ରାମମନ୍ଦିର ଭୂମିପୂଜାର ପ୍ରଥମ ପ୍ରସାଦ

author img

By

Published : Aug 6, 2020, 5:44 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଐତିହାସିକ ରାମମନ୍ଦିରର ଭୂମିପୂଜା ଅନୁଷ୍ଠାନ ସମ୍ପନ୍ନ କରାଗଲା । ଏହି ଅନୁଷ୍ଠାନର ପ୍ରଥମ ପ୍ରସାଦ ଅଯୋଧ୍ୟାବାସୀ ଦଳିତ ମହାବୀରଙ୍କ ପରିବାରଙ୍କୁ ପଠାଗଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦଳିତ ପରିବାର ପାଇଲେ ରାମମନ୍ଦିର ଭୂମିପୂଜାର ପ୍ରଥମ ପ୍ରସାଦ
ଦଳିତ ପରିବାର ପାଇଲେ ରାମମନ୍ଦିର ଭୂମିପୂଜାର ପ୍ରଥମ ପ୍ରସାଦ

ଅଯୋଧ୍ୟା: ଅଗଷ୍ଟ 5 ତାରିଖଠାରୁ ବୈଦିକ ମନ୍ତ୍ରପାଠ କରିବା ସହ 280 ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଐତିହାସିକ ରାମମନ୍ଦିରର ଭୂମିପୂଜା ଅନୁଷ୍ଠାନ ସମ୍ପନ୍ନ କରାଗଲା । ଏହି ଅନୁଷ୍ଠାନର ପ୍ରଥମ ପ୍ରସାଦ ଅଯୋଧ୍ୟାବାସୀ ଦଳିତ ମହାବୀରଙ୍କ ପରିବାରଙ୍କୁ ପଠାଗଲା । ଏହି ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ନିର୍ମାଣ କରିବାର ସୁବିଧା ମଧ୍ୟ ଦିଆଯାଇଛି ।

ଗତ ଲୋକସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପରିବାରଙ୍କ ସଦସ୍ୟଙ୍କ ସହ ଭେଟିଥିଲେ ଏବଂ ତାଙ୍କ ଘରେ ଭୋଜନ ମଧ୍ୟ କରିଥିଲେ । ପ୍ରସାଦ ସମେତ ଏହି ଦଳିତ ପରିବାରଙ୍କୁ ରାମଚରିତ ମାନସର ପୁସ୍ତକ ମଧ୍ୟ ଦିଆଯାଇଛି । ଶ୍ରୀରାମ ଜନ୍ମଭୂମିରେ ଭୂମିପୂଜା ସମେତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛି ଟ୍ରେଷ୍ଟ ।

9 ଟି ପଥରରୁ ରାମ ମନ୍ଦିରର ମୂଳଦୁଆ ପକାଯାଇଥିଲା । ଏହି ଅନୁଷ୍ଠାନରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘ ପ୍ରମୁଖ ମୋହନ ଭାଗବତଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଅଯୋଧ୍ୟା ରାମ ମନ୍ଦିର ଭୁମି ପୂଜାର ଐତିହାସିକ ମୁହୂର୍ତ୍ତକୁ ଏକ ଉତ୍ସବ ଭାବରେ ପାଳନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.