ETV Bharat / bharat

ସୁସ୍ଥ ହୋଇ ଫେରିଲେ ଦଲାଇ ଲାମା

ସୁସ୍ଥ ହେଲେ ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା। ଆଜି ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି । ପୂର୍ବାପେକ୍ଷା ସେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ଦଲାଇ ଲାମା।

ଫାଇଲ ଫଟୋ
author img

By

Published : Apr 12, 2019, 5:44 PM IST

ନୂଆଦିଲ୍ଲୀ: ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଆଜି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ଖବର ମିଳିଛି।

ନୋବେଲ ଶାନ୍ତି ପୁରସ୍କାରର ଅଧିକାରୀ 83 ବର୍ଷୀୟ ଦଲାଇଲାମା ମଙ୍ଗଳବାର ନୂଆଦିଲ୍ଲୀ ସାକେତରେ ଥିବା ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଛାତିରେ ସଂକ୍ରମଣ ଯୋଗୁଁ ସେ ଚିକିତ୍ସା ପାଇଁ ଆସିଥିବା ବେଳେ ତାଙ୍କୁ ଭର୍ତ୍ତି କରିବା ପାଇଁ ପଡିଥିଲା । ତେଣୁ ଡାକ୍ତରଙ୍କ ତତ୍ତ୍ବାବଧାନରେ କିଛି ଦିନ ରହିବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।

ଦଲାଇଲାମା କିଛି ମାସ ହେବ ବିଶ୍ବର ବିଭିନ୍ନ ସ୍ଥାନ ଯାତ୍ରା କରି ବୁଦ୍ଧଧର୍ମକୁ ନେଇ ଶିକ୍ଷା ଦେବା ସହ ତୀବ୍ଦତୀୟଙ୍କ ସଂଘର୍ଷ ସଂପର୍କରେ ବଖାଣିଛନ୍ତି । ଏପଟେ ତାଙ୍କ ଅସୁସ୍ଥତା ଖବର ଶୁଣି ତିବ୍ଦତ ସହ ବିଭିନ୍ନ ଦେଶ ତାଙ୍କ ଆରୋଗ୍ୟ କାମନା କରିଥିଲେ। ଆପଣ ମାନଙ୍କ ପ୍ରାର୍ଥନାର ଫଳ ମିଳିଲା ମୁଁ ଶୀଘ୍ର ସୁସ୍ଥ ହୋଇଗଲି ବୋଲି କହିଛନ୍ତି ଧର୍ମଗୁରୁ ଦଲାଇ ଲାମା।

Intro:Body:

ddghd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.