ETV Bharat / bharat

ଆଜି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ 85 ତମ ଜନ୍ମ ଦିବସ - himachalpradesh news

ହିମାଚଳର ଧର୍ମଶାଳା ସ୍ଥିତ ତିବ୍ଦତୀୟ ସରକାରୀ ମୁଖ୍ୟାଳୟରେ ଜନ୍ମଦିନ ପାଳିବେ ଦଲାଇ ଲାମା । ଘରେ ରହି ପ୍ରାର୍ଥନା ସହ ଜନ୍ମଦିନ ପାଳିବାକୁ ଅନୁଗାମୀଙ୍କୁ ଦେଲେ ବାର୍ତ୍ତା ।

ଆଜି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ 85 ତମ ଜନ୍ମ ଦିବସ

author img

By

Published : Jul 6, 2020, 10:40 AM IST

ସିମଲା: ଆଜି 14 ତମ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ 85 ତମ ଜନ୍ମଦିନ । କୋରୋନା ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ହିମାଚଳପ୍ରଦେଶ ସ୍ଥିତ ମ୍ୟାକ୍ଲୋଡଗଞ୍ଜରେ କୌଣସି ନିରାଡମ୍ବର ସହକାରେ ଜନ୍ମଦିନ ପାଳନ କରାଯିବ।

ଜାନୁଆରୀରେ କୋରୋନା ଭାଇରସ ବିସ୍ତାର ହେବା ପରଠାରୁ ଦଲାଇ ଲାମା କୌଣସି ବାହାର ଲୋକଙ୍କୁ ଭେଟି ନାହାଁନ୍ତି, କିମ୍ବା ବିଦେଶ ପରିଦର୍ଶନ କରିନାହାଁନ୍ତି । 3 ମାସ ଧରି ସେ କୌଣସି ଅନଲାଇନ ଏବଂ ଅଫଲାଇନ ଶିକ୍ଷାଦାନ ମଧ୍ୟ ଦେଇନାହାନ୍ତି । ସେ ତାଙ୍କ ଜନ୍ମଦିନ ଉପଲକ୍ଷେ, ନିଜ ବାସସ୍ଥାନରୁ ସାରା ବିଶ୍ୱରେ ଥିବା ତାଙ୍କ ଅନୁଗାମୀ ମାନଙ୍କ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତା ପଠାଇଛନ୍ତି ।

ସେ ଅନୁଗାମୀ ମାନଙ୍କୁ କୋରୋନା ସମୟରେ ଘରେ ରହି ପ୍ରାର୍ଥନା କରି ତାଙ୍କ ଧର୍ମଗୁରୁଙ୍କ ଜନ୍ମଦିନ ପାଳିବାକୁ କହିଛନ୍ତି । ଧର୍ମଶାଳାସ୍ଥିତ ତିବ୍ଦତୀୟ ସରକାରୀ ମୁଖ୍ୟାଳୟରେ ଜନ୍ମଦିନ ପାଳନ କରାଯିବ।

ରବିବାର ଧର୍ମଗୁରୁ ତାଇୱାନ ଲୋକମାନଙ୍କୁ ଅନଲାଇନ ଶିକ୍ଷା ଦେଇଥିଲେ ଏବଂ ମନକୁ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ଟିପ୍ସ ଦେଇଥିଲେ। ଦଲାଇ ଲାମାଙ୍କ ବ୍ୟକ୍ତିଗତ ସଚିବ ସେଟନ ସାମଦୁପ କହିଛନ୍ତି ଯେ, ଧର୍ମିଗୁରୁଙ୍କ ଜନ୍ମଦିନରେ ସୋମବାର କୌଣସି କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ। ଦଲାଇ ଲାମା ଶିକ୍ଷାଦେବା ସମୟରେ କହିଛନ୍ତି ଯେ ସେ ଅତି କମରେ 112 ବର୍ଷ ବଞ୍ଚିବେ।

ସୂଚନାମୁତାବକ, 1933ରେ 13 ତମ ଦଲାଇ ଲାମାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ, ତେଞ୍ଜିନ ଗ୍ୟାତ୍ସୋ ରୂପରେ ତିବ୍ଦତର ଆମଦୌ ପ୍ରନ୍ତରେ ଦୁଇ ବର୍ଷ ବୟସରେ 14 ତମ ଦଲାଇଲାମା ଭାବରେ ଏକ ସ୍ଥାନରୁ ମିଳିଥିଲେ । ଦଲାଇ ଲାମା ଜଣେ କୃଷକଙ୍କ ପୁଅ ବୋଲି କୁହାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.