ନୂଆଦିଲ୍ଲୀ: କଂଗ୍ରେସ ଉପରେ ବର୍ଷିଛି ବିଜେପି । କଂଗ୍ରେସ ନେତା ପ୍ରତିଦିନ ଏକ ନୂଆ ମିଛ କହୁଛନ୍ତି ବୋଲି କହିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପ ଉପରେ ପ୍ରଶ୍ନ ଉଠାଇବା ପରେ ଏପରି କହିଛନ୍ତି ରବି ଶଙ୍କର ପ୍ରସାଦ ।
ଶନିବାର ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପକୁ ଏକ ଅତ୍ୟାଧୁନିକ ନିରୀକ୍ଷଣ ପ୍ରଣାଳୀ ବୋଲି କହିଥିଲେ । ଯାହାକୁ ନେଇ ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଯେଉଁମାନେ ସାରା ଜୀବନ ନୀରିକ୍ଷଣ କରୁଛନ୍ତି ସେମାନେ ଜାଣିପାରିବେ ନାହିଁ ଯେ ଟେକ୍ନୋଲୋଜି କିପରି ଲୋକଙ୍କ ଜୀବନ ବଞ୍ଚାଇଥାଏ ।
ରାହୁଲ ଗାନ୍ଧୀ ଗତକାଲି କହିଥିଲେ ଯେ , ଏହି ଆପ ଏକ ଘରୋଇ ଅପରେଟରକୁ ଆଉଟସୋର୍ସିଂ କରାଯାଇଛି । ଯାହାଦ୍ବାରା ସୁରକ୍ଷା ଏବଂ ଗୋପନୀୟତାର ଚିନ୍ତା ବଢାଇଦେଇଛି । ଯାହାକୁ ପ୍ରତ୍ୟାକ୍ଷାନ କରିଛନ୍ତି ମନ୍ତ୍ରୀ । ସେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଯେଉଁମାନେ ଦେଶକୁ ବୁଝି ପାରୁନାହାନ୍ତି ସେମାନେ ଟ୍ୱିଟ୍ ଆଉଟସୋର୍ସିଂ ବନ୍ଦ କରିଦେବା ଦରକାର । ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ବସ୍ତରରେ ଏହି ଆପକୁ ପ୍ରଶଂସା କରାଯାଉଛି । ଏହି ଆପ ଏକ ଶକ୍ତିଶାଳୀ ଆପ । ଯାହା ଲୋକଙ୍କୁ ସୁରକ୍ଷା ଦେଉଛି ।
ବିଜେପି ମୁଖପାତ୍ର ସମ୍ବିଦ ପାତ୍ର ମଧ୍ୟ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପ ଉପରେ ଅଜ୍ଞ ନୁହଁନ୍ତି । ବରଂ ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରଛନ୍ତି । ସରକାର ଏକାଧିକ ଥର ନିରୀକ୍ଷଣର ଭୟକୁ ଦୂର କରିଛନ୍ତି ଏବଂ ଏହା ମଧ୍ୟ ବୈଜ୍ଞାନିକ ଅଟେ । କୋଭିଡ-19 ସହ ଲଢିବା ପାଇଁ ଏହି ଆପ ପ୍ରତ୍ୟେକଙ୍କ ପାଇଁ ବୈଷୟିକ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଅଟେ । କିନ୍ତୁ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଏହା ଦର୍ଶାଉଛି ଯେ ସେ କଂଗ୍ରେସର ଏକମାତ୍ର ଲକ୍ଷ୍ୟ ହେଉଛି ଦ୍ବନ୍ଦ ସୃଷ୍ଟି କରିବା ଏବଂ କୋରୋନା ବିରୋଧରେ ଦେଶର ସଂଗ୍ରାମକୁ ବିଲୋପ କରିବା ।