ETV Bharat / bharat

ମାୟାନଗରୀ ଡବାବାଲାଙ୍କୁ ଲକଡାଉନ ଛାଟ, ଆର୍ଥିକ ସହାୟତା ପାଇଁ ନିବେଦନ - ଆର୍ଥିକ ସହାୟତା ଅନୁରୋଧ

ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଖାଦ୍ୟପେୟର ଦାୟିତ୍ବ ବୁଝିଥାନ୍ତି ମୁମ୍ବାଇ ଡବାବାଲା । ହେଲେ ଲୋକଙ୍କ ଭୋକ ମେଣ୍ଟାଉଥିବା ଏହି ଡବାବାଲା ଲକଡାଉନରେ ନିଜେ ଭୋକରେ ଅଛନ୍ତି । ଅଧିକ ପଢନ୍ତୁ...

ମାୟା ନଗରୀ ଡବାବାଲାଙ୍କୁ ଲକଡାଉନ ଛାଟ, ଆର୍ଥିକ ସହାୟତା ଅନୁରୋଧ

author img

By

Published : Jun 10, 2020, 10:55 PM IST

ମୁମ୍ବାଇ: କୋରୋନା ଲକଡାଉନ ପାଇଁ ଅନେକ ଅଫିସ, ସ୍କୁଲ, କଲେଜ, କମ୍ପାନୀ ବନ୍ଦ ରହିଛି । ଫଳରେ ମୁମ୍ବାଇର ଡବାବାଲା ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେମାନେ ନିଜ ପ୍ରତିଦିନର ଲକ୍ଷାଧିକ ଗ୍ରାହକଙ୍କୁ ହରାଇଛନ୍ତି । କିଛି ଅଫିସ ଖୋଲା ଥିଲେ ମଧ୍ୟ ସତର୍କତା ଦୃଷ୍ଟିରୁ କୌଣସି ଲୋକ ଏବେ ବାହାରୁ ଖାଦ୍ୟ ମଗାଉନାହାନ୍ତି । ସେଥିପାଇଁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ମୁମ୍ବାଇ ଡବାବାଲା ।

ଲକଡାଉନ ଯୋଗୁଁ ଅନେକ ଡବାବାଲା ନିଜ ଘରକୁ ଫେରି ଯାଇଛନ୍ତି । ସେମାନଙ୍କ ପାଇଁ ଅନ୍ୟ କୌଣସି ଆୟର ଉତ୍ସ ମଧ୍ୟ ନାହିଁ । ତେବେ ବାତ୍ୟା ନିସର୍ଗ ସେମାନଙ୍କୁ ବେଡି ଉପରେ କୋରୋଡା ମାଡ ଭଳି ହୋଇଛି । ଘରଦ୍ବାର ଭାଙ୍ଗିଯିବା ସହ ଚାଷ ଉପରେ ନିର୍ଭର କରୁଥିବା ଲୋକଙ୍କ ଫସଲ ଉଜୁଡିଯାଇଛି । ଫଳରେ ସେମାନଙ୍କ ଚଳିବା ନେଇ ଅସୁବିଧା ସୃଷ୍ଟି ହୋଇଛି । ଅଧିକାଂଶ ଡବାବାଲା ନିଜ ପରିବାରକୁ 2 ଓଳି ପେଟ ପୁରା ଖାଇବାକୁ ଦେଇପାରୁନଥିବା ମୁମ୍ବାଇ ଡବାବାଲା ଆସୋସିଏସନର ସେକ୍ରେଟାରୀ ନୀତିନ ସାୱନ୍ତ କହିଛନ୍ତି ।

ମୁମ୍ବାଇରେ ପ୍ରାୟ 5000 ଡବାବାଲା 2 ଲକ୍ଷ ଗ୍ରାହକଙ୍କୁ ଟିଫିନ ଯୋଗାଇଥାନ୍ତି । ତେବେ ନିକଟରେ ସରକାର ପ୍ରତି ଡବାବାଲାଙ୍କୁ 2000 ଲେଖାଏଁ ସହାୟତା ଯୋଗାଇଦେବାର ପ୍ରସ୍ତାବ ଦେଇଛନ୍ତି । ହେଲେ ଏପରି ସ୍ଥିତିରେ ଏହା ଯଥେଷ୍ଟ ନୁହେଁ । ପ୍ରତି ଡବାବାଲାଙ୍କୁ 5000 ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ନୀତିନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.