ETV Bharat / bharat

ପୁଣି ୟୁଟର୍ଣ୍ଣ ନେଇପାରେ ବାତ୍ୟା 'ବାୟୁ'

author img

By

Published : Jun 15, 2019, 11:15 AM IST

ଦିଗ ବଦଳାଇ ଗୁଜରାଟର ପୋରବନ୍ଦର ଓ ଦ୍ୱାରକା ଆଡେ ମୁହାଁଇବ ବାୟୁ । ହେଲେ ଗୁଜୁରାଟ ପାଇଁ ନାହିଁ ବିଶେଷ ବିପଦ । 40-50 କିଲୋମିଟର ବେଗରେ ବହିବ ପବନ ।

ଫଟୋ ସୌଜନ୍ୟ : ଏଏନଆଇ

ନୂଆଦିଲ୍ଲୀ: ପୁଣି ଫେରିବ ଭୟଙ୍କର ସାମୁଦ୍ରିକ ଝଡ ‘ବାୟୁ’। ଜୁନ 17/18 ତାରିଖରେ ପୁଣି ଗୁଜୁରାଟର କଚ୍ଛ ତଟରେ ବାୟୁ ପହଞ୍ଚିବାର ସୂଚନା ମିଳିଛି । ଦିଗ ବଦଳାଇ ଗୁଜରାଟର ପୋରବନ୍ଦର ଓ ଦ୍ୱାରକା ଆଡେ ମୁହାଁଇଥିବା ଶୁକ୍ରବାର ପାଣିପାଗ ବିଭାଗର ସଂଧ୍ୟା ବୁଲେଟିନରୁ ଜଣାପଡିଛି ।

ଦ୍ବାରକା ଜିଲ୍ଲାରେ 50-60 କିଲୋମିଟରରୁ ନେଇ 70 କିଲୋମିଟର ପର୍ଯ୍ୟନ୍ତ ପବନ ବହିବ । ସୋମନାଥ ଏବଂ ଜୁନାଗଡ ଜିଲ୍ଲାରେ ଘଣ୍ଟାପ୍ରତି 30-40 କିଲୋମିଟର ବେଗରେ ପବନ ବହିବା ସହ ପ୍ରଭାବିତ ହେବ ସ୍ଥାନୀୟ ଜିଲ୍ଲା । ବାତ୍ୟା ଗୁଜୁରାଟରୁ ଟଳି ଯାଇଥିବାରୁ ଆଶ୍ବସ୍ତ ହୋଇଥିଲେ ଲୋକେ । ହେଲେ ଏବେ ପୁଣି ବାତ୍ୟା ଗୁଜରାଟ ଆଡକୁ ମୁହାଁଇବା ଘଟଣା ପ୍ରଶାସନକୁ ଚିନ୍ତାରେ ପକାଇଛି।

ତେଣୁ ବାତ୍ୟାକୁ ଦୃଷ୍ଟିରେ ରଖି ଯେଉଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, ସେମାନେ ଏବେ ନିଜ ନିଜ ଘରକୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାରଣ ପୂର୍ବରୁ ପବନର ବେଗ 150ରୁ -160 ଥିବା ବେଳେ ବର୍ତ୍ତମାନର ବେଗ ଏତେ ଅଧିକ ନାହିଁ । ଏହାର ପ୍ରଭାବ ଏତେ ପଡିବ ନାହିଁ ବୋଲି ସୂଚନା ମିଳିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.