ETV Bharat / bharat

ଦିଗ ପରିବର୍ତ୍ତନ କରୁଛି ସାମୁଦ୍ରିକ ଝଡ ‘ବାୟୁ’

author img

By

Published : Jun 13, 2019, 9:19 AM IST

ପୂର୍ବେ ବାତ୍ୟା ‘ବାୟୁ’ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ‘ବାୟୁ’ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ପରିବର୍ତ୍ତେ ନିକଟ ଦେଇ ଗତି କରିବାର ସମ୍ଭାବନା ।

ପ୍ରତୀକାତ୍ମକ ଫଟୋ

ଗାନ୍ଧୀନଗର: ପ୍ରକୃତିର କହରରୁ ରକ୍ଷା ପାଇ ଯାଇପାରନ୍ତି ଗୁଜୁରାଟବାସୀ । ପୂର୍ବେ ବାତ୍ୟା ‘ବାୟୁ’ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ଏହାକୁ ଏବେ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ । ଶେଷ ସୂଚନା ଅନୁଯାୟୀ ବାତ୍ୟା ‘ବାୟୁ’ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ବଦଳରେ କେବଳ ନିକଟ ଦେଇ ଗତି କରିବାର ସମ୍ଭାବନା ରହିଥିବା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ।

ଖବର ପାଇବା ପରେ ଗୁଜୁରାଟବାସୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି । ହେଲେ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ବୋହିବା ସହ ବର୍ଷା ମଧ୍ୟ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ବାତ୍ୟା ‘ବାୟୁ’ ଭେରାଭାଲ, ପୋରବନ୍ଦର, ଦ୍ବାରକା ନିକଟ ଦେଇ ଗତି କରିବାର ସମ୍ଭାବନା ରହିଛି ।

ଏହି ସମୟରେ ସୂଚିତ ଅଞ୍ଚଳଗୁଡିକରେ ପ୍ରଭାବରେ 135ରୁ 150 କିଲୋମିଟର ବେଗରେ ପବନ ବୋହିବା ନେଇ ଜଣା ପଡିଛି । ତେବେ ବାତ୍ୟାର ଦିଗ ପରିବର୍ତ୍ତନ ହେବା ସତ୍ତ୍ବେ ଗୁଜୁରାଟବାସୀଙ୍କ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛି ।

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.