ETV Bharat / bharat

ମାଡି ଆସୁଛି ବାତ୍ୟା ନିସର୍ଗ, ଘଣ୍ଟା ପ୍ରତି 120 କିମି ବେଗରେ ବହିବ ପବନ

author img

By

Published : Jun 3, 2020, 7:02 AM IST

Updated : Jun 3, 2020, 8:01 AM IST

ମାଡି ଆସୁଛି ବାତ୍ୟା ନିସର୍ଗ । ଘଣ୍ଟା ପ୍ରତି ବେଗ 11 କିମି ପବନ ବେଗରେ ମାଡି ଆସୁଥିବା ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି 120 କିମି ବେଗରେ ବହିବ । ମୁମ୍ବାଇ ଇତିହାସରେ ପ୍ରଥମ ଥର ଏତେ ବଡ ବାତ୍ୟାର ମୁକାବିଲା କରିବାକୁ ଯାଉଛି ମହାନଗରୀ ।

ମାଡି ଆସୁଛି ବାତ୍ୟା ନିସର୍ଗ, ଘଣ୍ଟା ପ୍ରତି ପବନର ବେଗ ରହିବ 120 କିମି

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା କହର ଜାରି ରହିଛି । ସଙ୍କଟ ଘଡିରେ ମାଡି ଆସୁଛି ଆଉ ଏକ ବିପଦ । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ମାଡି ଆସୁଛି ବାତ୍ୟା ନିସର୍ଗ । ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ପବନର ବେଗ 120 କିମି ରହିବ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୁମ୍ବାଇ ଇତିହାସରେ ପ୍ରଥମରେ ଥର ଏତେ ବଡ ବାତ୍ୟାର ସାମ୍ନା କରିବ ।

ପୂର୍ବରୁ ମୁମ୍ବାଇ ଲଗାଣ ବର୍ଷାରେ ବେହାଲ ହୋଇପଡିଛି । ରାସ୍ତା ଘାଟରେ କୁତ୍ରିମ ବନ୍ୟା ସୃଷ୍ଟି କରିଛି । ହେଲେ ଘଣ୍ଟାକୁ 120 କିମି ପବନ ବେଗ ସାଙ୍ଗକୁ ଭାରି ମାତ୍ରାର ବର୍ଷା ପ୍ରଥମ ଥର ଦେଖିବ ମହାନଗରୀ । ବର୍ତ୍ତମାନ ଦକ୍ଷିଣ-ଦକ୍ଷିଣ ପୂର୍ବ ଅଲୀଗର ଠାରୁ ବାତ୍ୟା 200 କିମି ଦୂରରେ ଥିବାବେଳେ ମୁମ୍ବାଇରୁ 250 କିମି ଦୂରରେ ରହିଛି ।

ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ମୁମ୍ବାଇରେ ବାତ୍ୟା ଛୁଇଁପାରେ । ମୁମ୍ବାଇ ପାଲଘର, ଅଲିବାଗ, ଥାନେ ରେ ଏହାର ପ୍ରଭାବ ଅଧିକ ରହିବ । ବାତ୍ୟାକୁ ଦେଖି ମୁମ୍ବାଇ ଏୟାରଲାଇନ୍ସ 3ଟି ବିମାନ ବ୍ୟତୀତ ମୁମ୍ବାଇରୁ ଯା’ଆସ କରିବାକୁ ଥିବା 17ଟି ବିମାନକୁ ବାତିଲ କରାଯାଇଛି। ସେପଟେ ବାତ୍ୟାକୁ ଆଲର୍ଟ ଜାରି ହେବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଟିଆରଅଫ ଟିମ ମୁତୟନ ହୋଇଛନ୍ତି ।

ବାତ୍ୟା ନିସର୍ଗ ରାୟଗଡର ଅଲୀବାଗ ଠାରେ ଲ୍ୟାଣ୍ଡଫଲ କରିପାରେ । ଏହାର ପ୍ରଭାବରେ ଆଜି ମୁମ୍ବାଇର ପାଲଘର, ଥାନେ,ମଧ୍ୟ ମହାରାଷ୍ଟ୍ର ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି । ଏହି ସମୟରେ 1-2 ମିଟର ଉପର ଯାଏଁ ଜୁଆର ଉଠିପାରେ । ସୂଚନାଯୋଗ୍ୟ, 2018ରେ ପାଲଘରର ଏକ ଗାଁରେ ଜୁଆର ଆସିଯିବାର ପ୍ରାୟ ସାଢେ 3ଶହ ଘର ଭାସିଯାଇଥିଲା । ଫଳରେ ନିସର୍ଗକୁ ନେଇ ଆତଙ୍କିତ ପାଲଘରବାସୀ । ମୁମ୍ବାଇରେ ଚଳପ୍ରଚଳ ଉପରେ କଟକଣା କରାଯାଇଛି । ବାତ୍ୟା ସମୟରେ ସମସ୍ତେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

Last Updated : Jun 3, 2020, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.