ETV Bharat / bharat

ଆଜି ସଂଧ୍ୟାରେ ଥିରୁଅନନ୍ତପୁରମ ଉପକୂଳ ଛୁଇଁବ ବାତ୍ୟା 'ବୁରେଭି', ବର୍ଷାରେ ଭିଜୁଛି କେରଳ

author img

By

Published : Dec 4, 2020, 3:38 PM IST

ବୁରେଭି ବାତ୍ୟାର ରୂପ ନେଇ ଶ୍ରୀଲଙ୍କା ଉପପକୂଳ ଅତିକ୍ରମ କରିବା ପରେ କେରଳ ମୁହାଁ ହୋଇଛି । ତେବେ ଗୁରୁବାର ସଂଧ୍ୟାରେ ଏହା କେରଳର ଥିରୁଅନନ୍ତପୁରମ ସମୁଦ୍ର ଉପକୂଳର ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

ଆଜି ସଂଧ୍ୟାରେ ଥିରୁଅନନ୍ତପୁରମ ଉପକୂଳ ଛୁଇଁବ ବାତ୍ୟା 'ବୁରେଭି

ଥିରୁଅନ୍ତରପୁରମ: ଦକ୍ଷିଣ ପଶ୍ଚମ ବଙ୍ଗପୋସାଗରେ ସୃଷ୍ଟ ସାମୁଦ୍ରିକ ଝଡ ବୁରେଭି ବାତ୍ୟାର ରୂପ ନେଇ ଶ୍ରୀଲଙ୍କା ଉପପକୂଳ ଅତିକ୍ରମ କରିବା ପରେ କେରଳ ମୁହାଁ ହୋଇଛି । ତେବେ ଗୁରୁବାର ସଂଧ୍ୟାରେ ଏହା କେରଳର ଥିରୁଅନନ୍ତପୁରମ ସମୁଦ୍ର ଉପକୂଳର ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି ।

ତାମିଲନାଡୁରେ ବୁରେଭି ଯୋଗୁଁ ପ୍ରବଳ ବର୍ଷା

ପାଣିପାଗ ବିଭାଗର ସଦ୍ୟ ସୂଚନା ଅନୁଯାୟୀ ବର୍ତ୍ତମାନ ବାତ୍ୟା ବୁରେଭି ରାମନାଥପୁର ଜିଲ୍ଲା ନିକଟରେ ପହଞ୍ଚି ଦୀର୍ଘ 6 ଘଣ୍ଟା ଧରି ଏଠାରେ ସ୍ଥର ରହିଛି । ତେବେ ଏହା ପମ୍ବନରୁ 70 କିଲୋମଟର ଓ କନ୍ୟାକୁମାରୀଠାରୁ ପାଖାପାଖି 160 କିଲୋମିଟଚର ଦୂରରେ ଥିବା ଜଣାପଡିଛି ।

ତାମିଲନାଡୁରେ ବାତ୍ୟା ବୁରେଭି ଦୁର୍ବଳ ହୋଇସାରିଥିଲେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଆଲର୍ଟକୁ ଦୃଷ୍ଟିରେ ରଖି ରାଜ୍ୟର ଅନେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ଏହାସହ ଥିରୁଅନନ୍ତପୁରମର ଏୟାରପୋର୍ଟକୁ ସଂଧ୍ୟା 6ଟା ଯାଏଁ ବନ୍ଦ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ବାତ୍ୟା ବୁରେଭି ପ୍ରଭାବରେ କେରଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଥିରୁଅନନ୍ତପୁରମ, କୋଲ୍ଲାମ, ପଠନଥିଟ୍ଟା, କୋଟ୍ଟାୟମ, ଅଲପୁଝା, ଇଡୁକି ଓ ଏର୍ଣ୍ଣାକୁଲମରେ ପ୍ବଳ ବର୍ଷା ହେବାନେଇ ରହିଛି ଆଶଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.