ETV Bharat / bharat

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ସାଇକେଲ ରାଲି - ପେଟ୍ରୋଲ-ଡିଜେଲ ଦର ବୃଦ୍ଧି

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀ ସାଇକେଲ ରାଲି କରିଛନ୍ତି।

 କଂଗ୍ରେସର ସାଇକେଲ ରାଲି
କଂଗ୍ରେସର ସାଇକେଲ ରାଲି
author img

By

Published : Jul 5, 2020, 2:07 PM IST

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀ ସାଇକେଲ ରାଲି କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପେଟ୍ରୋଲ-ଡିଜେଲର ହାର 80 ଟଙ୍କା ଅତିକ୍ରମ କରିଛି ଓ ଏହି ହାରରେ ସରକାରଙ୍କ 50 ଟଙ୍କା ଲାଭ ହେଉଛି।

ସେ କହିଛନ୍ତି, ଦିଲ୍ଲୀ ସରକାର 18ରୁ ଅଧିକ ଟଙ୍କା ନେଉଛନ୍ତି ଓ ଭାରତ ସରକାର ଏଥିରେ 30ରୁ ଅଧିକ ଟଙ୍କା ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି(ରବିବାର) ସମସ୍ତ ସାଂସଦ ଓ ବିଧାୟକଙ୍କୁ ଅପିଲ କରିବାକୁ ଯାଉଛୁ । ସେମାନଙ୍କୁ ଚିଠି ମଧ୍ୟ ହସ୍ତାନ୍ତର କରିବୁ। ଆଜି ଲୋକେ ମୁଦ୍ରାସ୍ଫୀତି ଓ କୋରୋନା ରୋଗରେ ସମସ୍ୟା ଭୋଗୁଛନ୍ତି ତେଣୁ ଆମେ ସେମାନଙ୍କୁ ନିଜ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାକୁ ଅନୁରୋଧ କରିବୁ ।

ପ୍ରକାଶଥାଉକି, ଗତ ଏକ ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ 22 ଗୁଣ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ପେଟ୍ରୋଲର ମୂଲ୍ୟ 9.17 ଟଙ୍କା ଓ ଡିଜେଲର ମୂଲ୍ୟ 11.14 ଟଙ୍କା ବୃଦ୍ଧି କରାଯାଇଛି। 29 ଜୁନ ପୂର୍ବରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ସାରା ଦେଶରେ ପ୍ରଦର୍ଶନ କରିଥିଲା। ତେବେ ଏହି ପ୍ରଦର୍ଶନ ଦ୍ବାରା ତୈଳ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇଛି । ସେଥିପାଇଁ ଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.