ETV Bharat / bharat

ଜାତୀୟ କାର୍ଯ୍ୟକାରିଣୀ ବୈଠକ: କଂଗ୍ରେସକୁ ମିଳିବ ନୂଆ ସଭାପତି

author img

By

Published : Aug 10, 2019, 1:12 PM IST

ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ନୂତନ ସଭାପତିଙ୍କୁ ଚୟନ କରାଯିବ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି । ଏଥିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ରଣଦୀପ ସୁର୍ଜେୱାଲା, କେସି ଭେନୁଗୋପାଳ, ହରିଶ ରାୱତ, ମୀରା କୁମାର, ଅହମ୍ମଦ ପଟେଲ ଭଳି ପ୍ରମୁଖ କଂଗ୍ରେସ ନେତା ଯୋଗ ଦେଇଛନ୍ତି । ରାହୁଲ ଏବଂ ସୋନିଆ ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ହୋଇଥିବା ଆଲୋଚନାରେ ଭାଗ ନ ନେବା ପାଇଁ କହିବା ସହ ଅଧା ବୈଠକରୁ ଉଠି ଚାଲିଯାଇଛନ୍ତି ।

ଏହି ବୈଠକରେ ଜାତୀୟ କଂଗ୍ରେସର ସଭାପତି ନିଯୁକ୍ତି ତଥା ଜାମ୍ମୁକାଶ୍ମୀରରୁ 370 ଧାରା ଉଚ୍ଛେଦ ପ୍ରସଙ୍ଗ ଆଲୋଚନାର ବିଷୟ ହେବ ବୋଲି ଆଶା କରାଯାଉଛି । ପ୍ରଥମେ ସାମୂହିକ ବୈଠକ କରାଯିବ । ଉପସ୍ଥିତ ନେତାଙ୍କୁ ପାଞ୍ଚଟି ଗୋଷ୍ଠୀରେ ବିଭକ୍ତ କରାଯିବ । ପରେ ନବ ନିଯୁକ୍ତ ହୋଇଥିବା ସଭାପତିଙ୍କ ସହ ବିଭିନ୍ନ ରାଜ୍ୟର ନେତାଙ୍କ ସହ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

Intro:ପଟ୍ଟାଙ୍ଗି ରେ ଥିବା ଦେଶୀ ମଦଭାଟି ରେ ରାତି ଦୁଇଟା ବେଳେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ ପଶି ଆସି କମାଣ୍ଡର ଗାଡ଼ି , ମଟରସାଇକଲ ଓ ଜେନେରେଟର କୁ ଜାଳି ଦେବା ସହ ଭାଟି ମାଲିକଙ୍କୁ ଧମକ ଚମକ ଦେଇଥିବା ଜଣାପଡିଛି ।Body:ତେବେ ଯିବା ପୂର୍ବରୁ ସେଠାରେ ଟାଙ୍ଗିଥିବା ଲାଲ ରଙ୍ଗର ବ୍ୟାନରରେ ଥିବା ଲେଖା ରେ ମାଓ ସଂଗଠନ ର ନାଁ ନଥିବା ଯୋଗୁଁ ଏହା ମାଓବାଦୀ ନା ଅନ୍ୟ କାହାର କାର୍ଯ୍ୟ ତାହା ସନ୍ଦେହର ଘେରରେ ରହିଛି । ପୋଲିସ ଏ ସମ୍ପର୍କରେ ତନାଘନା କରୁଥିବା ବେଳେ ଗାଁରେ ଏହି ଘଟଣାଟି ଆତଙ୍କ ସୃଷ୍ଟି କରିଛି । Conclusion:ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.