ଥିରୁଅନନ୍ତପୁରମ୍: କେରଳର ଗଣଶିକ୍ଷା ମନ୍ତ୍ରୀ କେ.ଟି ଜଲିଲଙ୍କୁ ପ୍ରଶ୍ନ କରିବ କଷ୍ଟମ ବିଭାଗ । ଜଲିଲଙ୍କୁ ସୋମବାର କୋଚିରେ ଥିବା କଷ୍ଟମ୍ସ ବିଭାଗର କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ୟୁଏଇ କନସୁଲେଟ୍ ମାଧ୍ୟମରେ ଧାର୍ମିକ ଶାସ୍ତ୍ର ବିତରଣ ସମ୍ପର୍କରେ ମନ୍ତ୍ରୀଙ୍କୁ ପଚରାଉଚାର କରିବ ବିଭାଗ ।
କନସୁଲେଟ୍ ମାଧ୍ୟମରେ ଧାର୍ମିକ ପାଠ୍ୟ ଆମଦାନୀ ହେଉଛି ବୈଦେଶିକ ମୁଦ୍ରା ନିୟନ୍ତ୍ରଣ ଆଇନର ଉଲ୍ଲଂଘନ। ଏଭଳି ଧାର୍ମିକ ଶାସ୍ତ୍ର ଆମଦାନୀ କରିବାରେ ମନ୍ତ୍ରୀଙ୍କ ଭୂମିକାକୁ ଅନୁସନ୍ଧାନ କରାଯାଉଛି। ତେବେ ସୂତ୍ରରୁ ପ୍ରକାଶ ଯେ ମନ୍ତ୍ରୀ କେ.ଟି ଜଲିଲଙ୍କ ନାମରେ ଯଦି ଧାର୍ମିକ ଗ୍ରନ୍ଥ ଆମଦାନୀ କରାଯାଇ ନାହିଁ ତେବେ ଏହା ଯାଞ୍ଚରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।
ତେବେ ଏନଆଇଏ ଏବଂ ଏନଫୋର୍ସମେଣ୍ଟ ବିଭାଗ ପୂର୍ବରୁ ମନ୍ତ୍ରୀଙ୍କୁ ପଚରାଉଚରା କରି ତାଙ୍କୁ ମୁକ୍ତ କରିଥିଲେ। ମନି ଲଣ୍ଡରିଂ ଏବଂ ସୁନା ଚୋରା ଚାଲାଣ ମାମଲାରେ ମନ୍ତ୍ରୀଙ୍କ ଭୂମିକାକୁ ଦୁଇ ଏଜେନ୍ସି ଯାଞ୍ଚ କରିଛନ୍ତି। ତେବେ କେ.ଟି ଜଲିଲଙ୍କ ଭୂମିକା ବିଷୟରେ କୌଣସି ପ୍ରମାଣ ନମିଳିବାରୁ ମନ୍ତ୍ରୀଙ୍କୁ ମୁକ୍ତ କରାଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ