ETV Bharat / bharat

ବରଖାସ୍ତ ଆଇପିଏସ୍‌ ସଞ୍ଜୀବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ - sentence

କାରାଗାର ମୃତ୍ୟୁ ମାମଲାରେ ଗୁଜୁରାଟ କ୍ୟାଡରର ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ତ ଶୁଣାଇଛନ୍ତି ଜାମନଗର କୋର୍ଟ।

ଫାଇଲ ଫଟୋ
author img

By

Published : Jun 20, 2019, 3:10 PM IST

ନୂଆଦିଲ୍ଲୀ: କାରାଗାର ମୃତ୍ୟୁ ମାମଲାରେ ଗୁଜୁରାଟ କ୍ୟାଡରର ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ତ ଶୁଣାଇଛନ୍ତି ଜାମନଗର କୋର୍ଟ । ଏହି ମାମଲାରେ ଅନ୍ୟ ଜଣେ ପୁଲିସ ଅଧିକାରୀ ପ୍ରବୀଣ ସିଂହ ଝାଲାଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି ।

ସୂଚନାଯୋଗ୍ୟ, 1990ରେ ଜାମନଗରରେ ଭାରତ ବନ୍ଦ ଡାକରା ସମୟରେ ଭୀଷଣ ହିଂସା ହୋଇଥିଲେ । ସେହି ସମୟରେ ସଞ୍ଜୀବ ଭଟ୍ଟ ଜାମନଗରରେ ଅତିରିକ୍ତ ପୁଲିସ ଅଧୀକ୍ଷକ ଭାବେ ନିଯୁକ୍ତ ଥିଲେ । ଦଙ୍ଗା ରୋକିବା ପାଇଁ ସେହି ସମୟରେ 133ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ 25 ଜଣ ମୁକୁଳିବା ପରେ ଆହତ ହେଇଥିଲେ ଓ ଆଠ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଖଲାସ ହେବା ପରେ ପ୍ରଭୁଦାସ ମାଧବଜୀ ବୈଶ୍ରାନୀଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଏହି ଘଟଣା ପରେ ସଞ୍ଜୀବ ଭଟ୍ଟ ଓ ଅନ୍ୟ ପୋଲିସକର୍ମୀଙ୍କ ଉପରେ କେସ୍‌ ଦାଖଲ କରାଯାଇଥିଲା । ଏହି ଅଭିଯୋଗରେ ତାଙ୍କୁ ୨୦୧୧ରେ ନିଲମ୍ବନ କରାଯାଇଥିଲା । ଏହାପରେ ସେ ବାରମ୍ବାର ନିଜ ଡ୍ୟୁଟିରେ ଅନୁପସ୍ଥିତ ରହୁଥିଲେ । ଏହି ସମୟରେ ସେ ସରକାରୀ ଗାଡିର ଦୁରୁପୋଯୋଗ କରୁଥିବା ଅଭିଯୋଗ ଆସିଥିଲା । ଶେଷରେ 2015ରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.