ETV Bharat / bharat

ଧାରା 370 ଉଚ୍ଛେଦର ପ୍ରଥମ ବାର୍ଷିକୀ; ଅଗଷ୍ଟ 4, 5 ରେ ଶ୍ରୀନଗରରେ କର୍ଫ୍ୟୁ

author img

By

Published : Aug 4, 2020, 9:12 AM IST

ଏହା ଭିତରେ ବର୍ଷେ ପୂରିବାକୁ ବସିଲାଣି। ଅନେକ ପରିବର୍ତ୍ତନ ଅନୁଭବ କରିଛନ୍ତି କାଶ୍ମୀର ବାସୀ। ବିରୋଧୀ ମାନେ ଏହାକୁ ନେଇ ଅସନ୍ତୋଷ ଜାହିର ଛାଡି ନଥିବା ବେଳେ ଆସନ୍ତା ଅଗଷ୍ଟ 4 ଓ 5 ତାରିଖରେ ଧାରା 370 ଉଚ୍ଛେଦର ପ୍ରଥମ ବାର୍ଷିକିରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଶ୍ରୀନଗରରେ କର୍ଫ୍ୟୁ ଜାରି କରାଯାଇଛି।

ଧାରା 370 ଉଚ୍ଛେଦର ପ୍ରଥମ ବାର୍ଷିକୀ, ଅଗଷ୍ଟ 4 ଏବଂ 5 ରେ ଶ୍ରୀନଗରରେ କର୍ଫ୍ୟୁ ନିର୍ଦ୍ଦେଶ

ଜାମ୍ମୁକାଶ୍ମୀର: ଅନେକ ବାଦ ବିବାଦ ଓ ପ୍ରଚେଷ୍ଟା। ଗୋଟିଏ ଧାରାକୁ ନେଇ ଧାରାବାହିକ ସଂଘର୍ଷ। ଦେଶରେ ରାଜନୈତିକ ମାହୋଲରେ ଅନେକ ଯୁକ୍ତିତର୍କ ଓ କଠିନ ପରିସ୍ଥିତିର ସାମ୍ନା। ଅନେକ ବର୍ଷର ପ୍ରଚେଷ୍ଠା ପରେ 2019 ଅଗଷ୍ଟ 5ରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କାଶ୍ମୀରରୁ ଧାରା 370 ଉଚ୍ଛେଦ ଘୋଷଣା କଲେ।

ଏହାସହ ଜାମ୍ମୁ ଓ କାଶ୍ମୀର ଏବଂ ଲଦାକକୁ ଅଲଗା କରାଯାଇଛି । ବର୍ତ୍ତମାନଠାରୁ ଜମ୍ମୁ ଓ କାଶ୍ମୀର ଏବଂ ଲଦାକ ପୃଥକ-ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି । ମୋଦି ସରକାରଙ୍କ ଶାସନ କାଳରେ ଏହି କାର୍ଯ୍ୟକୁ ଏକ ଐତିହାସିକ ପଦକ୍ଷେପର ଆଖ୍ୟା ଦେଲେ କିଛି ଅତ୍ୟୁକ୍ତି ନାହିଁ।

ତେବେ ଏହା ଭିତରେ ବର୍ଷେ ପୂରିବାକୁ ବସିଲାଣି। ଅନେକ ପରିବର୍ତ୍ତନ ଅନୁଭବ କରିଛନ୍ତି କାଶ୍ମୀର ବାସୀ। ବିରୋଧୀ ମାନେ ଏହାକୁ ନେଇ ଅସନ୍ତୋଷ ଜାହିର ଛାଡି ନଥିବା ବେଳେ ଆସନ୍ତା ଅଗଷ୍ଟ 4 ଓ 5 ତାରିଖରେ ଧାରା 370 ଉଚ୍ଛେଦର ପ୍ରଥମ ବାର୍ଷିକିରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଶ୍ରୀନଗରରେ କର୍ଫ୍ୟୁ ଜାରି କରାଯାଇଛି।

ଶ୍ରୀନଗର ଡେପୁଟି କମିଶନରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଅର୍ଡର କପିରେ କୁହାଯାଇଛି ଯେ ଶ୍ରୀନଗରର ବରିଷ୍ଠ ଅଧୀକ୍ଷକ ଜଣାଇଛନ୍ତି ଯେ ବିଚ୍ଛିନ୍ନତାବାଦୀ ତଥା ପାକ୍ ପ୍ରାୟୋଜିତ ଗୋଷ୍ଠୀ 5 ଅଗଷ୍ଟ 2020 କୁ କଳା ଦିବସ ଭାବରେ ପାଳନ କରିବାକୁ ଯୋଜନା କରୁଛନ୍ତି। ଏଥିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କାର୍ଯ୍ୟ କିମ୍ବା ବିରୋଧର ଆଶଙ୍କା ରହିଛି। ସାଧାରଣ ଜୀବନ ଏବଂ ସମ୍ପତ୍ତି ପ୍ରତି ବିପଦ ଥିବା ହିଂସାତ୍ମକ ବିରୋଧ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ରହିଛି। ”

ପୂର୍ବରୁ ରହିଥିବା କୋଭିଡ୍ 19କୁ ଦୃଷ୍ଟିରେ ରଖି ବଡ ବଡ ସମାବେଶକୁ ବାରଣ କରାଯାଇଛି, ତେଣୁ ଏହିପରି କୌଣସି ଜନ ସମାବେଶ ଆୟୋଜିତ ହେବ ନାହିଁ। "ରିପୋର୍ଟ ଆହୁରି ଏକ ମାମଲା ରୁଜୁ କରିଛି ଯେ ହିଂସା ତଥା ଧନ ଜୀବନ କ୍ଷତିକୁ ରୋକିବା ପାଇଁ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିବାକୁ ପଡିବ। ତଥାପି ଡାକ୍ତର ଜରୁରୀକାଳୀନ ପରିସ୍ଥିତି ଏବଂ ପାସ୍ କାର୍ଡ ସହିତ କୋଭିଡ୍ ଡ୍ୟୁଟିରେ କର୍ମଚାରୀଙ୍କ ଗତିବିଧି ଉପରୋକ୍ତ ପ୍ରତିବନ୍ଧକରୁ ମୁକ୍ତ ହେବ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.