ETV Bharat / bharat

କୋଭିଡ 19 ମୁକାବିଲା: 10ଟି ଭ୍ୟାକସିନ୍ ଉପରେ କାମ କରୁଛି ସିଏସଆଇଆର

author img

By

Published : May 22, 2020, 5:05 PM IST

ଟ୍ରାଏଲ୍ସ ପାଇଁ ପ୍ରସ୍ତୁତ 3ଟି ଡ୍ରଗର ନାମ ହେଉଛି ଏସିକ୍ୟୁଏଚ, ଫାଭିପିରଭିର ଏବଂ ଏମଡବ୍ଲୁ । ଏଥିରୁ ଏମଡବ୍ଲୁ ଅଧିକ ଫଳପ୍ରଦ ହୋଇଥିବାର ଦେଖାଯାଉଛି । ଅଧିକ ପଢନ୍ତୁ...

କୋଭିଡ 19 ମୁକାବିଲା: 10ଟି ଭ୍ୟାକସିନ୍ ଉପରେ କାମ କରୁଛି ସିଏସଆଇଆର
କୋଭିଡ 19 ମୁକାବିଲା: 10ଟି ଭ୍ୟାକସିନ୍ ଉପରେ କାମ କରୁଛି ସିଏସଆଇଆର

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଭ୍ୟାକସିନ୍ ବାହାର କରିବାର ଦାୟିତ୍ବ ନେଇଛି କାଉନସିଲ ଅଫ୍ ସାଇଣ୍ଟିଫିକ୍ ଓ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) । ଏବେ ସୁଦ୍ଧା କମ୍ପାନୀ 10ଟି ଭ୍ୟାକସିନ୍ ଉପରେ କାମ କରୁଛି । ଏଥିରୁ 3ଟି ଟ୍ରାଏଲ୍ସ ପାଇଁ ପ୍ରସ୍ତୁତ ହୋଇସାରିଛି ଏବଂ ବାକି 7ଟି ପ୍ରସ୍ତୁତ ହେଉଛି ।

ଏନେଇ ସୂଚନା ଦେଇଛନ୍ତି ସିଏସଆଇଆରର ଡିଜି ଶେଖର ସି ମାଣ୍ଡେ । ଟ୍ରାଏଲ୍ସ ପାଇଁ ପ୍ରସ୍ତୁତ 3ଟି ଡ୍ରଗର ନାମ ହେଉଛି ଏସିକ୍ୟୁଏଚ, ଫାଭିପିରଭିର ଏବଂ ଏମଡବ୍ଲୁ । ଏଥିରୁ ଏମଡବ୍ଲୁ ଅଧିକ ଫଳପ୍ରଦ ହୋଇଥିବାର ଦେଖାଯାଉଛି । ବାକି 7ଟି ଭ୍ୟାକସିନ୍ ମଧ୍ୟରୁ କିଛି କମ୍ବାଇନଡ ଥେରାପି ରହିବ । ଯାହା 2 ପ୍ରକାର ଡ୍ରଗର କାମ କରିବ । ଗୋଟିଏ ଭୂତାଣୁ ଓ ଅନ୍ୟଟି ମଣିଷ ଶରୀରକୁ ଟାର୍ଗେଟ କରିବ ବୋଲି ଶେଖର କହିଛନ୍ତି ।

7ଟି ଟ୍ରାଏଲ୍ସ ପାଇଁ ଡ୍ରଗ୍ସ କଣ୍ଟ୍ରୋଲୋର ଜେନେରାଲ ଅଫ୍ ଇଣ୍ଡିଆର ଅନୁମତିକୁ ଅପେକ୍ଷା କରିଛି ସିଏସଆଇଆର । ଆଗାମୀ 10ରୁ 15 ଦିନ ଭିତରେ ଏହି ଅନୁମତି ମିଳିଯିବ ବୋଲି ଆଶା ରହିଛି । ଏହାସହ ଆୟୁଷ ମନ୍ତ୍ରଣାଳୟ ଓ ସିଏସଆଇଆର ଏକାଠି 4ଟି ଫର୍ମୁଲା ଉପରେ କାମ କରୁଛନ୍ତି । ଏଗୁଡିକ ହେଲା ଅଶ୍ବଗନ୍ଧା, ୟସ୍ତିମଧୁ, ଗୁଡରୁଚି ପିପଳି ଓ ଆୟୁଷ 64 । ଆୟୁର୍ବେଦିକ ଉପାୟରେ କୋରୋନା ମୁକାବିଲା ପାଇଁ ଏହା ଏକ ପ୍ରୟାସ ବୋଲି ଶେଖର କହିଛନ୍ତି । ଆଗାମୀ 2ରୁ 3 ଦିନ ଭିତରେ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ପ୍ଲାଜମା ଥେରାପି ଉପରେ ସେ କହିଛନ୍ତି ଯେ କୋଲକାତାର ସିଏସଆଇଆର ଆଇଆଇସିବି ଦ୍ବାରା ଏହି ଥେରାପି ଉପରେ ପରୀକ୍ଷା ଚାଲିଛି । କିଛି ହସ୍ପିଟାଲରେ ଏହାର ପ୍ରୟୋଗ ମଧ୍ୟ ହେବ ବୋଲି ସେ କହିଛନ୍ତି । ଏହି ଥେରାପି ଦ୍ବାରା ସୁସ୍ଥ ବ୍ୟକ୍ତିଠାରୁ ପ୍ଲାଜମା ନେଇ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ ଏହାକୁ ପ୍ରୟୋଗ କରାଯାଏ । ଏହାଦ୍ବାରା ସୁସ୍ଥ ବ୍ୟକ୍ତିର ଆଣ୍ଟିବଡି ଆକ୍ରାନ୍ତ ଦେହରେ ତିଆରି ହୋଇ ଏହାକୁ ସୁସ୍ଥ କରିବାରେ ସାହାଯ୍ୟ କରିବ ବୋଲି ଶେଖର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.