ETV Bharat / bharat

CSIR-CMERI ପ୍ରସ୍ତୁତ କଲା ରୋବୋଟିକ ଉପକରଣ, ମିଳିବ ଅନେକ ଫାଇଦା

author img

By

Published : Apr 29, 2020, 3:28 PM IST

ଏହି ରୋବୋଟିକ ଉପକରଣ ସାମାଜିକ ଦୂରତା ବଜାୟ ରଖିବା ଏବଂ ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ହ୍ରାସ କରିବାରେ ଏହା କୋରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବ । ଅଧିକ ପଢନ୍ତୁ...

kolkata
CSIR-CMERI ପ୍ରସ୍ତୁତ କଲା ରୋବୋଟିକ ଉପକରଣ

କୋଲକାତା: ଦୁର୍ଗାପୁରର କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(CSIR)ର ସେଣ୍ଟ୍ରାଲ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CMERI) ଏକ ସ୍ୱଳ୍ପ ମୂଲ୍ୟର ରୋବୋଟିକ୍ ଉପକରଣ ଡିଜାଇନ୍ କରିଛି । ଯାହା କୋରୋନା ଭାଇରସର ଲକ୍ଷଣ ଥିବା ଲୋକଙ୍କ ସ୍ବାବ ନମୁନା ନେବା ପାଇଁ ବ୍ୟବହୃତ ହୋଇପାରେ ।

kolkata
CSIR-CMERI ପ୍ରସ୍ତୁତ କଲା ରୋବୋଟିକ ଉପକରଣ

କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆର୍) ଅଧୀନରେ କାର୍ଯ୍ୟ କରୁଥିବା ସିଏମଆରଇର ନିର୍ଦ୍ଦେଶକ ପ୍ରଫେସର ହରିଶ ହିରାନି କହିଛନ୍ତି ଯେ, କୋଭିଡ-19 ରୋଗୀଙ୍କ ଚିକିତ୍ସା କରୁଥିବା ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ 'ହସ୍ପିଟାଲ କେୟାର ସାହାଯ୍ୟକାରୀ ରୋବୋଟିକ ଉପକରଣ' ବହୁତ ସହାୟକ ହେବ।

ସେ ଆହୁରି କହିଛନ୍ତିଯେ, ସାମାଜିକ ଦୂରତା ବଜାୟ ରଖିବା ଏବଂ ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ହ୍ରାସ କରିବାରେ ଏହା କୋରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବ । ହିରାନି କହିଛନ୍ତି ଯେ, ଉପକରଣର ମୂଲ୍ୟ 5 ଲକ୍ଷରୁ କମ୍ ଏବଂ ଏହାର ଓଜନ 80 କିଲୋଗ୍ରାମରୁ ଅଧିକ ନୁହେଁ । ଏହି କାରଣରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବହାର କରିବା ସହଜ ଏବଂ ସୁଲଭ ଅଟେ ।

ଏହି ଡିଭାଇସରେ ଭିଡିଓ କଲ୍ ସୁବିଧା ଅଛି ଏବଂ ରୋଗୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଅନୁଷ୍ଠାନର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଉପକରଣ ଅଧା କିମି ବ୍ୟାସାର୍ଦ୍ଧରେ କାମ କରିପାରିବ ଏବଂ ଏହାର ବ୍ୟାଟେରୀ ଏକ ସମୟରେ 4 ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିପାରିବ। ସେ କହିଛନ୍ତି, 'ଉପକରଣର କ୍ଲିନିକାଲ୍ ପରୀକ୍ଷା ସଫଳ ହୋଇଛି। ଯଦି ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ଏବଂ ସରକାର ଆଗ୍ରହ ଦେଖାନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.