ନୂଆଦିଲ୍ଲୀ: କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ହ୍ୟୁମାନ ମନୋକ୍ଲୋନାଲ ଆଣ୍ଟିବଡି (hmAbs) ର ବିକାଶ ପାଇଁ ଏକ ବହୁ-ଅନୁଷ୍ଠାନିକ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହା ରୋଗୀମାନଙ୍କରେ SARS-CoV-2 କୁ ନିଷ୍କ୍ରିୟ କରିପାରିବ । ଅଧିକାରୀଙ୍କ ମତରେ CSIR ଏହାର ଫ୍ଲାଗସିପ୍ ନ୍ୟୁ ମିଲେନିୟମ୍ ଇଣ୍ଡିଆନ୍ ଟେକ୍ନୋଲୋଜି ଲିଡରସିପ୍ ଇନିସିଏଟିଭ୍ (NMITLI) କାର୍ଯ୍ୟକ୍ରମ ମାଧ୍ୟମରେ ରୋଗୀମାନଙ୍କରେ SARS-CoV-2 କୁ ନିଷ୍କ୍ରିୟ କରିବା ପାଇଁ ବହୁ-ଅନୁଷ୍ଠାନ ପ୍ରକଳ୍ପକୁ ଅନୁମୋଦନ କରିଛି ।
ଏକ ଚିକିତ୍ସା କୌଶଳ ଭାବରେ ମାନବ ମୋନୋକ୍ଲୋନାଲ ଆଣ୍ଟିବଡିଗୁଡିକ ନ୍ୟୁଟାଲାଇଜ୍ କରିବା ପାଇଁ ବହୁ-ଅନୁଷ୍ଠାନିକ ଓ ବହୁ-ଶୃଙ୍ଖଳିତ ଦଳ ଦ୍ବାରା କାର୍ଯ୍ୟକାରୀ ହେବ । ଏହି ଦଳ NCCS, IIT-Indore, PredOmix Technologies Pvt Ltd. and Bharat Biotech International Ltd (BBIL). ର ଅଂଶଗ୍ରହଣକାରୀଙ୍କ ସହିତ ଏକାଡେମିକ୍ ଅନୁଷ୍ଠାନ ଓ ଶିଳ୍ପକୁ ନେଇ ଗଠିତ ।
ଏହି ପ୍ରକଳ୍ପର ଲକ୍ଷ୍ୟ hmAbs କ୍ଲୋନ୍ ସୃଷ୍ଟି କରିବା ଯାହା ପରିବର୍ତ୍ତିତ ସଂକ୍ରମଣକୁ ନିଷ୍କ୍ରିୟ କରିବାରେ ସାହାଯ୍ୟ କରିବ । ଏଥିପାଇଁ BBIL ବାଣିଜ୍ୟିକ ସହଭାଗୀ ହେବ ଓ ଉତ୍ପାଦିତ hmAbsର ପରବର୍ତ୍ତୀ ବିକାଶ ଏବଂ ବ୍ୟବସାୟିକରଣ ପାଇଁ ଦାୟୀ ରହିବ ।
CSIR ଲ୍ୟାବଗୁଡିକ ମଧ୍ୟ ଟେକ୍ନୋଲୋଜି ଓ ଉତ୍ପାଦଗୁଡିକର ବିକାଶ କରୁଛି ଏହାସହ SARS-CoV-2 (Covid-19) ବିରୁଦ୍ଧରେ ଲଢିବା ପାଇଁ ଶିଳ୍ପ ଓ PSU ସହଭାଗୀମାନଙ୍କ ସହିତ କାର୍ଯ୍ୟ କରୁଛି ।