ETV Bharat / bharat

ସିଆରପିଏଫ୍‌ ଯବାନଙ୍କ ସାହାସିକତା, ନାବାଳିକାକୁ ନଦୀରୁ କଲେ ଉଦ୍ଧାର - Kashmir girl

ନଦୀ ସୁଅରେ ଭାସିଯାଉଥିବା କାଶ୍ମୀର ନାବାଳିକାଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ ଯବାନ । ପ୍ରଖର ସୁଅରୁ ନାବାଳିକାଙ୍କୁ ଉଦ୍ଧାର କରି ବଞ୍ଚାଇଲେ ଅମୂଲ୍ୟ ଜୀବନ । ଦେଶର ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ଯବାନମାନେ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି ।

ଫଟୋ ସୌଜନ୍ୟ: ଭାଇରାଲ ଭିଡିଓ
author img

By

Published : Jul 15, 2019, 11:53 PM IST

ଶ୍ରୀନଗର: ପ୍ରଖର ନଦୀସୁଅରୁ ନାବାଳିକାକୁ ନିଜ ଜୀବନକୁ ବାଜି ଲଗାଇ ରକ୍ଷାକଲେ ସିଆରପିଏଫ ଯବାନ । ଜମ୍ମୁ କାଶ୍ମୀର ବାରମୁଲ୍ଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ନାବାଳିକାଙ୍କୁ ଉଦ୍ଧାରର ସମସ୍ତ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ: ଭାଇରାଲ ଭିଡିଓ

ନାବାଳିକାଟି ହଠାତ ପାଣିର ସୁଅରେ ଭାସିଯାଉଥିବା ଦେଖିଥିଲେ ଯବାନ ମାନେ । ସେମାନଙ୍କ ଭିତରୁ ଏମ ଜି ନାଇଡୁ ଏବଂ ନଲ୍ଲା ଉପେନ୍ଦ୍ର ସଙ୍ଗେ ସଙ୍ଗେ ଦୌଡି ଯାଇ ନାବାଳିକାକୁ ରକ୍ଷା କରିଥିଲେ । ସେମାନଙ୍କ ଦ୍ରୁତ ପ୍ରତିକ୍ରିୟା ଝିଅର ଜୀବନ ବଞ୍ଚାଇ ଦେଇଛି ।

ଦେଶର ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ଯବାନମାନେ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି । ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ବାରମୁଲାବାସୀ ଯାବନମାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ସ୍ଥାନୀୟ ହସ୍ପିଟାଲରେ ନାବାଳିକାଟି ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Intro:Body:

BLANK FOR LINK STORY 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.