ETV Bharat / bharat

ଯବାନଙ୍କ ଗୁଳିରେ ସାଥି ଯବାନଙ୍କ ମୃତ୍ୟୁ - CRPF jawan shoots dead colleague

ଛତିଶଗଡର ବସ୍ତର ଜିଲ୍ଲା ପାରାମିଲଟାରୀ ଫୋର୍ସରେ ଜଣେ ସିଆରପିଏଫ ଯବାନଙ୍କ ଗୁଳି ଚାଳନାରେ ଅନ୍ୟ ଜଣେ ସିଆରପିଏ ଯବାନଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଯବାନଙ୍କ ଗୁଳିରେ ଯବାନଙ୍କ ମୃତ୍ୟୁ
ଯବାନଙ୍କ ଗୁଳିରେ ଯବାନଙ୍କ ମୃତ୍ୟୁ
author img

By

Published : Jan 29, 2021, 1:32 PM IST

ରାୟପୁର: ଛତିଶଗଡର ବସ୍ତର ଜିଲ୍ଲା ପାରାମିଲଟାରୀ ଫୋର୍ସରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆଶ୍ଚର୍ଯ୍ୟକର କଥା ହେଲା ଜଣେ ସିଆରପିଏଫ ସହକର୍ମୀଙ୍କ ଗୁଳି ଚାଳନାରେ ଯବାନଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ, କନଷ୍ଟେବଳ ଗିରିଶ କୁମାର (25) ତାଙ୍କ ସହକର୍ମୀଙ୍କଠାରୁ ରାଇଫଲ ଛଡ଼ାଇ ନେଇ ନିଜ ଉପରକୁ ଗୁଳି ଚଳାଇବା ସହିତ ଅନ୍ୟ କର୍ମଚାରୀଙ୍କୁ ଗୁଳି ଚଳାଇଥିଲେ । ଗିରିଶଙ୍କର ଗୁଳି ଚଳାଇବା କାରଣରୁ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ଗୁଳି ଚଳାଇଥିବା କନଷ୍ଟେବଳ ଗିରିଶ କୁମାରଙ୍କର ମାନସିକ ଅବସ୍ଥା ଭଲ ନଥିବା ଜଣାପଡିଛି । ସେ ମାନସିକ ଚିକିତ୍ସା ପାଇଁ କ୍ୟାମ୍ପର ଏକ ବିଚ୍ଛିନ୍ନତା ୱାର୍ଡରେ ଭର୍ତ୍ତି ହୋଇଥିବା କହିଛନ୍ତି ପୋଲିସ ଇନସପେକ୍ଟର ସୁନ୍ଦରରାଜ ପି ।

ସେ କହିଛନ୍ତି, ଏହି ଅଘଟଣରେ କନଷ୍ଟେବଳ ପ୍ରମୋଦ କୁମାର ସାରିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳ କନଷ୍ଟେବଳ ସନ୍ତୋଶ ୱାଚାମ (26) ଆହତ ହୋଇଛନ୍ତି । ଏହା ସହିତ ଗିରିଶ କୁମାର ନିଜ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ ଫଳରେ ସେ ଆହତ ହୋଇଛନ୍ତି । ଗୁରୁତର ଦୁଇ ଯବାନଙ୍କୁ ଜଗଦଲପୁରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କର ଅଧିକ ଚିକିତ୍ସା ପାଇଁ ରାୟପୁରକୁ ସ୍ଥାନାନ୍ତର କରାଯିବ। ତେବେ ଘଟଣା ପଛର କାରଣ ଜଣାପଡିନାହିଁ । ତଦନ୍ତ ଜାରି ରହିଥିବା କହିଛନ୍ତି ପୋଲିସ ଇନସପେକ୍ଟର ସୁନ୍ଦରରାଜ ପି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.