ETV Bharat / bharat

ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଜକୁ ଗୁଳି କଲେ CRPF ଯବାନ

author img

By

Published : Oct 27, 2020, 8:42 AM IST

ନିଜ ଉପରକୁ ଗୁଳି ଚଳାଇଲେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଯୁକ୍ତ ଜଣେ ସିଆରପିଏଫ୍ ଯବାନ । ତେବେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଏମସ୍ ରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

CRPF jawan posted outside Pakistan Embassy in Delhi shoots self
ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଜ ଉପରକୁ ଗୁଳି ଚଳାଇଲେ CRPF ଯବାନ

ନୂଆଦିଲ୍ଲୀ: ନିଜ ଉପରକୁ ଗୁଳି ଚଳାଇଲେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ନିଯୁକ୍ତ ଜଣେ ସିଆରପିଏଫ୍ ଯବାନ । ତେବେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଏମସ୍ ରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ସିଟି ଡି ରାମ ବାବୁ ନାମକ ଜଣେ ସିଆରପିଏଫ୍ ଯବାନ ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଥିବା ପାକିସ୍ତାନ ହାଇକମିସନ ନିକଟରେ ନିଜ ସର୍ଭିସ ରାଇଫଲରେ ନିଜ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା ପ୍ରାୟ 3.30 ସମୟରେ ଘଟିଥିଲା । ସେ ପାକିସ୍ତାନ ହାଇକମିଶନ ବାହାରେ ଡ୍ୟୁଟି କରୁଥିଲେ।

ତେବେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେ‌ଳକୁ ତାଙ୍କୁ ତାଙ୍କର ସହକର୍ମୀମାନେ ଏମ୍ସକୁ ନେଇ ଯାଇଥିଲେ । ସେ ବର୍ତ୍ତମାନ ଏମ୍ସର ଟ୍ରମା କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ତେବେ ସେ କାହିଁକି ନିଜ ଉପରକୁ ଗୁଳି ଚଳାଇଲେ ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.