ETV Bharat / bharat

CRPF ଡିଜି କଲେ କୋଭିଡ-19 ଟେଷ୍ଟ, କ୍ବାରେଣ୍ଟାଇନରେ 20 ସୁରକ୍ଷା ବଳ - CRPF DG SENIOR OFFICER TESTED FOR COVID 19

ସିଆରପିଏଫର ମେଡିକାଲ ଅଧିକାରୀ ମୁଖ୍ୟ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସିଆରପିଏଫ ଡିଜି ଏପି ମହେଶ୍ବରୀ କଲେ କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

ସିଆରପିଏଫ ଡିଜି କଲେ କୋଭିଡ-19 ଟେଷ୍ଟ, କ୍ବାରେନଣ୍ଟାଇନରେ 20 ସୁରକ୍ଷା ବଳ

author img

By

Published : Apr 5, 2020, 2:29 PM IST

ନୂଆଦିଲ୍ଲୀ: ସିଆରପିଏଫ ଡିଜି ଏପି ମହେଶ୍ବରୀଙ୍କ ନମୁନା କୋରୋନା ଟେଷ୍ଟ ପାଇଁ ପଠାଯାଇଛି । ସିଆରପିଏଫର ମେଡିକାଲ ଅଧିକାରୀ ମୁଖ୍ୟ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ତାଙ୍କୁ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । ସିଆରପିଏଫ ଡିଜି ପରୋକ୍ଷ ଭାବରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ଫଳରେ ତାଙ୍କ ସହ କାର୍ଯ୍ୟ କରୁଥିବା ବରିଷ୍ଠ 20 ଜଣ ସୁରକ୍ଷା ବଳଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି ।

ଏହାସହ ସିଆରପିଏଫ ପକ୍ଷରୁ କୁହାଯାଇଛି ଯେ, ସେହି 20 ଜଣଙ୍କର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ଜଣେ ସିଆରପିଏଫ ସୁରକ୍ଷାବଳଙ୍କ କହିବାନୁଯାୟୀ ଯେବେଠୁ ସିଏମଓ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସେବେଠୁ ଆମକୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏନେଇ ସିଆରପିଏଫ ଡିଜି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ସିଆରପିଏଫ ମେଡିକାଲ ଅଧିକାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ମୋ ଶରୀରର କୌଣସି କୋରୋନା ଲକ୍ଷଣ ନାହିଁ କିନ୍ତୁ ମୁଁ ମୋର ନମୁନା ପରୀକ୍ଷା ପାଇଁ ପଠାଇଛି । ଏହାସହ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସେଲ୍ପ କ୍ବାରେଣ୍ଟାଇନରେ ରହି ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛି । କୋରୋନାର ଚେନକୁ ଭାଙ୍ଗିବା ପାଇଁ ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ରିପୋର୍ଟ ଆସିବା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.