ଇସଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରେ ଲାଗିଛି । ନିଶ୍ବାସ ନେବାରେ ଅସୁବିଧା ହେଉଛି । ରବିବାର ଅଧିକ ଜଟିଳ ହୋଇପଡ଼ିଛି ସରିଫଙ୍କ ସ୍ବାସ୍ଥ୍ୟବସ୍ଥା । ଖବର ପ୍ରସାରଣ ପରେ ସରିଫଙ୍କୁ ଦେଖିବା ପାଇଁ ହସ୍ପିଟାଲ ବାହାରେ ଜମିଛି ସମର୍ଥକଙ୍କ ଭିଡ଼ ।
ଅଲ ଅଜିଜିଆ ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇ ଜେଲରେ ଥିଲେ ନୱାଜ । ଇସଲାମାବାଦ ହାଇକୋର୍ଟ ଏହି ମାମଲାରେ ତାଙ୍କୁ ସାତବର୍ଷର ସଜା ଶୁଣାଇଛନ୍ତି । ଏହା ସହ ବେଆଇନ ଅର୍ଥ କାରବାର ମାମଲାରେ ମଧ୍ୟ ଜଡ଼ିତ ରହିଛନ୍ତି ସରିଫ ।
ସ୍ବାସ୍ଥ୍ୟ ସମସ୍ୟା ପାଇଁ ଜେଲରୁ ଆସି ଚିକିତ୍ସିତ ହେଉଥିବା ନୱାଜଙ୍କ ଅବସ୍ଥା ଏବେ ଗୁରୁତର ରହିଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ନିଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି । ଏପଟେ ସ୍ବାସ୍ଥ୍ୟରେ ସୁଧାର ଆସିବା ପାଇଁ ଲାଗିଛନ୍ତି ଗଠିତ ଡ଼ାକ୍ତରୀ ଟିମ୍ ।