ଭୋପାଳ: କାହ୍ନା ନ୍ୟାସନାଲ ପାର୍କରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ମଙ୍ଗଳବାର ଅପରାହ୍ଣରେ ଧୋନି ବିରୱା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଧୋନିଙ୍କ ସହ ତାଙ୍କ ପରିବାର ଓ ସାଙ୍ଗସାଥୀମାନେ ମଧ୍ୟ ଆସିଛନ୍ତି।
ଏକ ଲମ୍ବା ଛୁଟି ବିତାଇବାକୁ ଧୋନୀ ଆସି ଏହି ପାର୍କରେ ପହଞ୍ଚିଛନ୍ତି। ସେ 28 ରୁ 31 ଜାନୁୟାରୀ ପର୍ଯ୍ୟନ୍ତ ବନଜାରାତୋଲା ରିସର୍ଟରେ ରହିବେ। ଟାଇଗର ରିଜର୍ଭରେ ଧୋନୀ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ସେ ଗୋଟିଏ ଦିନ ଜଙ୍ଗଲରେ କ୍ୟାମ୍ପ କରି ରହିବାକୁ ଯୋଜନା ରଖିଛନ୍ତି । ଏହି ସମୟରେ ସେ କାହାକୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରଖିନାହାଁନ୍ତି ।
ସୂଚନା ଥାଉକି, ବିମାନବନ୍ଦରରେ ଧୋନି ପହଞ୍ଚିବା ଖବର ଶୁଣି ଫ୍ୟାନ୍ସଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଧୋନି ପ୍ଲେନରୁ ବାହାରିବା ପରେ ଫ୍ୟାନ୍ସମାନେ ତାଙ୍କ ସହ ହାତ ମିଳାଇବା ସହ ସେଲ୍ଫି ନେଇଥିଲେ।