ETV Bharat / bharat

CPI ମାଓବାଦୀ ବିଶ୍ବର ଷଷ୍ଠ ସର୍ବାଧିକ ବିପଜ୍ଜନକ ଆତଙ୍କୀ ସଙ୍ଗଠନ: ଆମେରିକା ବୈଦେଶିକ ମନ୍ତ୍ରଣାଳୟ - CPI ମାଓବାଦୀ ଆତଙ୍କବାଦୀ ସଂଗଠନ

ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଏକ ରିପୋର୍ଟ ବଡ ଖୁଲାସା କରିଛି । ଯାହା ଭାରତ ପାଇଁ ଚିନ୍ତାଜନକ । ରିପୋର୍ଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ମାଓବାଦୀ ସଙ୍ଗଠନକୁ ବିଶ୍ବର ଷଷ୍ଠ ସର୍ବାଧିକ ବିପଜ୍ଜନକ ଆତଙ୍କବାଦୀ ସଙ୍ଗଠନ ବୋଲି କୁହାଯାଇଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 6, 2019, 11:18 PM IST

ନୂଆଦିଲ୍ଲୀ: ଭାରତ ଆଭ୍ୟନ୍ତରୀଣ ଓ ବାହ୍ୟ ଆତଙ୍କବାଦୀଙ୍କ ଦ୍ବାରା ଗଭୀର ପୀଡିତ ଦେଶ ମଧ୍ୟରୁ ଅନ୍ୟତମ । ଭାରତ ପାଇଁ ଆତଙ୍କବାଦ ସବୁଠାରୁ ବଡ ଚ୍ୟାଲେଞ୍ଜ ପାଲଟିଛି । ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଏକ ରିପୋର୍ଟ ବଡ ଖୁଲାସା କରିଛି । ଯାହା ଭାରତ ପାଇଁ ଚିନ୍ତାଜନକ । ରିପୋର୍ଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ମାଓବାଦୀ ସଙ୍ଗଠନକୁ ବିଶ୍ବର ଷଷ୍ଠ ସର୍ବାଧିକ ବିପଜ୍ଜନକ ଆତଙ୍କବାଦୀ ଗୋଷ୍ଠୀ ବୋଲି କୁହାଯାଇଛି।

ଏହାସହ ରିପୋର୍ଟରେ ଆଫଗାନିସ୍ତାନ, ସିରିଆ ଓ ଇରାକ ପରେ ବିଶ୍ବରେ ଭାରତ ଚତୁର୍ଥ ଆତଙ୍କବାଦ ପ୍ରଭାବିତ ଦେଶ ବୋଲି କୁହାଯାଇଛି। ଏହାସହ ଗତ ବର୍ଷ ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 57 ପ୍ରତିଶତ କେବଳ ଜମ୍ମୁ-କାଶ୍ମୀର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି ରିପୋର୍ଟ ଅନୁସାରେ ସିପିଆଇ(ମାଓବାଦୀ) ଗତ ବର୍ଷ 177 ଆତଙ୍କୀ ଆକ୍ରମଣ ଘଟାଇଛି। ଏଥିରେ 311 ଲୋକଙ୍କ ପ୍ରାଣହାନୀ ହୋଇଛି। ମାତ୍ର ଭାରତର ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ସଂଖ୍ୟା ଭିନ୍ନ ପ୍ରକାର ବୋଲି ରିପୋର୍ଟ ପ୍ରଦାନ କରାଯାଇଛି। ଗତ ବର୍ଷ ମାଓବାଦୀ ସଙ୍ଗଠନ ଦ୍ବାରା ଦେଶରେ 833ଟି ହିଂସାକାଣ୍ଡରେ 24o ଜଣଙ୍କ ଜୀବନହାନୀ ହୋଇଥିବା ସୂଚନା ପ୍ରଦାନ କରାଯାଇଛି।

ଗୁଇନ୍ଦା ବିଭାଗର ଦୁର୍ବଳତା କାରଣରୁ ଆତଙ୍କବାଦ ସହ ଲଢେଇ ମୁସ୍କିଲ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି । ଭାରତରେ ଅଧିକାଂଶ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ପାକିସ୍ତାନର ସମର୍ଥନ ରହୁଥିବା ଏବଂ ପାକ୍‌ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଷଡ଼ଯନ୍ତ୍ରରେ ଆତଙ୍କବାଦୀ ହିଂସା ଘଟାଉଛନ୍ତି ବୋଲି କୁହାଯାଇଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ପୁଲୱାମା ଆକ୍ରମଣ ଓ ଏୟାର ଷ୍ଟ୍ରାଇକ ଉପରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.