ETV Bharat / bharat

ମାଓବାଦୀ ଲିଙ୍କରେ ଦୁଇ ଛାତ୍ରନେତାଙ୍କୁ ଦଳରୁ ବହିଷ୍କାର କଲା ସିପିଆଇ(ଏମ୍‌) - Maoist links in kerala

ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ କେରଳର ଦୁଇ କର୍ମୀଙ୍କୁ ବହିଷ୍କୃତ କରିଛି ସିପିଆଇ(ଏମ୍‌) । ଗତବର୍ଷ ନଭେମ୍ବରରେ ମାଓବାଦୀଙ୍କ ସହିତ ଲିଙ୍କ ଥିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଥିବାବେଳେ ଆଜି(ରବିବାର) ସେମାନଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଦଳର ରାଜ୍ୟ ସମ୍ପାଦକ କୋଡିୟେରୀ ବାଲକ୍ରିଷ୍ଣନ କହିଛନ୍ତି ।

CPI(M) expels two student activists
ମାଓବାଦୀ ଲିଙ୍କରେ ଦୁଇ ଛାତ୍ରନେତାଙ୍କୁ ଦଳରୁ ବହିଷ୍କାର କଲା ସିପିଆଇ(ଏମ୍‌)
author img

By

Published : Feb 16, 2020, 8:59 PM IST

ଥିରୁଅନନ୍ତପୁରମ୍‌: ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ କେରଳର ଦୁଇ କର୍ମୀଙ୍କୁ ବହିଷ୍କୃତ କରିଛି ସିପିଆଇ(ଏମ୍‌) । ଗତବର୍ଷ ନଭେମ୍ବରରେ ମାଓବାଦୀଙ୍କ ସହିତ ଲିଙ୍କ ଥିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଥିବାବେଳେ ଆଜି(ରବିବାର) ସେମାନଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଦଳର ରାଜ୍ୟ ସମ୍ପାଦକ କୋଡିୟେରୀ ବାଲକ୍ରିଷ୍ଣନ କହିଛନ୍ତି ।

ଏହାସହ ସେମାନେ ମାଓବାଦୀଙ୍କ ସହିତ କାମ କରୁଥିବାରୁ ଦୁହେଁ ସିପିଆଇ(ଏମ୍‌)ର କର୍ମୀ ନୁହଁନ୍ତି ବୋଲି ବାଲକ୍ରିଷ୍ଣନ କହିବା ସହ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସେ କହିଛନ୍ତି । ଏହି ମନ୍ତବ୍ୟ ସେ ଦଳର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ କହିଛନ୍ତି ।

ସୂଚନାଥାଉକି, ତାହା ଫାଜଲ ଓ ଆଲନ ସୁହିବ ନାମକ ଦୁଇ ଜଣ ଛାତ୍ର ମାଓବାଦୀଙ୍କ ସହ ଲିଙ୍କ ଥିବା ନେଇ ଗିରଫ ହୋଇଥିଲେ । ତାହା ଫାଜଲ ସାମ୍ବାଦିକତାର ଛାତ୍ର ଥିବାବେଳେ ଆଲନ ସୁହିବ ଓକିଲାତିର ଛାତ୍ର ଥିଲେ । ଏହାସହ ଦୁହେଁ ସିପିଆଇ(ଏମ)ର ମେମ୍ବର ଥିବା ଜଣାପଡିଥିଲା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସେପଟେ ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କରୁଥିବାବେଳେ ତଦନ୍ତକୁ ସଠିକ୍‌ ଦିଗରେ ନେବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟ ପୋଲିସକୁ ଦେବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ।

ସୌଜନ୍ୟ: ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.