ବେଙ୍ଗାଲୁରୁ: ସିପିଆଇ ନେତା ତଥା ରାଜ୍ୟସଭା ସାଂସଦ ବେନୋୟ ବିଶ୍ବମଙ୍କୁ ହେପାଡତକୁ ନେଇଛି ମାଙ୍ଗାଲୁରୁ ପୋଲିସ। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପାଙ୍କ ମାଙ୍ଗାଲୁରୁ ଗସ୍ତକୁ ବିରୋଧ କରି ବିକ୍ଷୋଭର ଆୟୋଜନ କରିଥିଲେ ବେନୋୟ ବିଶ୍ବମ। ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡ ଯୋଗୁଁ ମାଙ୍ଗାଲୁରୁରେ କର୍ଫ୍ୟୁ ଲାଗିଛି।
ଏହା ସତ୍ତ୍ବେ ବିରୋଧ ପ୍ରଦର୍ଶନ କରିବା ଅଭିଯୋଗରେ ମାଙ୍ଗାଲୁରୁ ପୋଲିସ ତାଙ୍କୁ ହେପାଜତକୁ ନେଇଛି। ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗୁ ରହିଥିବା 144 ଧାରାକୁ ନେଇ ପ୍ରତିକ୍ରିୟା ରଖିଛି କର୍ଣ୍ଣାଟକ ପୋଲିସ। ଏହାକୁ ଏବେ ବଢାଇବା ନେଇ କୌଣସି ଯୋଜନା ନାହିଁ। ସନ୍ଧ୍ୟାରେ ସ୍ଥିତି ଅନୁଧ୍ୟାନ କରାଯିବା ପରେ କୌଣସି ନିଷ୍ପତ୍ତି ନିଆଯିବ।