ଭୋପାଳ: ସବୁଠୁ ଭଲ ଷ୍ଟେସନ ବୋଲାଉଥିବା ଭୋପାଳ ରେଳ ଷ୍ଟେସନରେ ଛାତ ଭୁଶୁଡିବା ପରେ ବି ଚେତିଲେନି ଷ୍ଟେସନ କର୍ତ୍ତୃପକ୍ଷ । ଏହି ଘଟଣା ପରେ ହଠାତ ଷ୍ଟେସନ ଭିତରକୁ ପଶି ଆସିଥିଲେ 3ଟି ଗାଈ। ଭିତରେ ପଶିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଷ୍ଟେସନ ଭିତରେ ଦୌଡାଦୌଡି କରି ଆତଙ୍କ ବଢାଇଥିଲେ ଏମାନେ । କିନ୍ତୁ ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କୁ ଗାଇ କ୍ଷତି ପହଞ୍ଚାଇ ନାହାଁନ୍ତି ।
ଉପସ୍ଥିତ ଯାତ୍ରୀ ମାନେ ହିଁ ଗାଈକୁ ବାହାରକୁ ବାହାର କରିଥିଲେ । ଘଟଣାସ୍ଥଳରେ ରେଳ କର୍ମଚାରୀ କେହି ନଥିଲେ । ଏହି ଭିଡିଓ ସାମନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠୁଥିବା ଦେଖିବାକୁ ମିଳିଛି । ଛାତ ଭୁଷୁଡିବା ପରେ ରେଳ ବିଭାଗର ବଡ ବଡ ଅଧିକାରୀ ଉପସ୍ଥିତ ଥିଲେ । ହେଲେ ଏହି ସ୍ଥାନକୁ କୌଣସି ଅଧିକାରୀଙ୍କ ନଜର ପଡିନଥିଲା । ଏଭଳି ଦୃଶ୍ୟ ଦେଖିବା ପରେ ଏହି ଷ୍ଟେସନର ଅବସ୍ଥା ଆପଣ ନିଶ୍ଚିତ ଜାଣିପାରୁଥିବେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ