ETV Bharat / bharat

କୋରୋନା ମୁକାବିଲାରେ ସହାୟକ ହେବ ଗାଇ ! - କୋଭିଡ 19

କୋରୋନା ଭୂତାଣୁ କବଳରେ ସାରା ବିଶ୍ବ ପଡିଥିବାବେଳେ ଏହାର ମୁକାବିଲା ପାଇଁ କୌଣସି ପ୍ରକାର ଭ୍ୟାକସିନ୍ ଏବେ ଯାଏଁ ବାହାରିନାହିଁ ।ଆମେରିକାର ଏକ ବାୟୋଟେକ୍ କମ୍ପାନୀ ଏପରି ଏକ ନୂଆ ସଫଳତା ପାଇଛି ଯାହା ଭାରତୀୟଙ୍କ ପାଇଁ ଖୁସି ଖବର ହୋଇପାରେ । ଅଧିକ ପଢନ୍ତୁ..

କୋରୋନା ମୁକାବିଲାରେ ସହାୟକ ହେବ ଗାଇ !
କୋରୋନା ମୁକାବିଲାରେ ସହାୟକ ହେବ ଗାଇ !
author img

By

Published : Jun 11, 2020, 10:19 PM IST

ହାଇଦ୍ରାବାଦ: କୋରୋନା ଭୂତାଣୁ କବଳରେ ସାରା ବିଶ୍ବ ପଡିଥିବାବେଳେ ଏହାର ମୁକାବିଲା ପାଇଁ କୌଣସି ପ୍ରକାର ଭ୍ୟାକସିନ୍ ଏବେ ଯାଏଁ ବାହାରିନାହିଁ । ତେବେ ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଓ ରିସର୍ଚ୍ଚରମାନେ ଏହା ଉପରେ ଗବେଷଣା ଚଲାଇଛନ୍ତି । ବିଭିନ୍ନ ଉପାୟରେ ଏହାର ମୁକାବିଲା କରିବା ପାଇଁ ପରୀକ୍ଷା ନିରୀକ୍ଷା ଚଲାଇଛନ୍ତି । ଏହି ଅବସରରେ ଆମେରିକାର ଏକ ବାୟୋଟେକ୍ କମ୍ପାନୀ ଏପରି ଏକ ନୂଆ ସଫଳତା ପାଇଛି ଯାହା ଭାରତୀୟଙ୍କ ପାଇଁ ଖୁସି ଖବର ହୋଇପାରେ ।

କମ୍ପାନୀ ଦ୍ବାରା ପରୀକ୍ଷା ପରେ ପ୍ରମାଣିତ ହୋଇଛି ଯେ ଗାଇଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ କରି ଏହାକୁ ମଣିଷ ଦେହରେ ବ୍ୟବହାର କରିହେବ । ଯାହାକୁ କୋରୋନା ମୁକାବିଲା ପାଇଁ ଉପକାର ହେବ । ଗାଇର ଜିନରେ ପରିବର୍ତ୍ତନ କରି ଏହାଦ୍ବାରା ଆଣ୍ଟିବଡି ପ୍ରସ୍ତୁତ କରାଯାଇପାରିବ । ଆଣ୍ଟିବଡି ଦ୍ବାରା ମଣିଷ ଶରୀରରେ କୋରୋନା ଭୂତାଣୁର ମୁକାବିଲା କରାଯାଇଥାଏ । ହେଲେ କେତେକଙ୍କ ଶରୀରରେ ଥିବା ଦୁର୍ବଳ ଅବା ଇମ୍ୟୁନିଟି ସିଷ୍ଟମ ଯୋଗୁଁ ଏହାର ମୁକାବିଲା ସମ୍ଭବ ହୋଇନଥାଏ । ସେଥିପାଇଁ ଏହାକୁ ପ୍ରସ୍ତୁତ କରିବାକୁ ଗାଇର ଜିନ୍ ବହୁତ ଦରକାରୀ ବୋଲି ଏହି କମ୍ପାନୀ ପ୍ରକାଶ କରିଛି ।

ତେବେ ଏଥିପାଇଁ କୌଣସି ପ୍ରକାର କଷ୍ଟ କରିବାକୁ ପଡିବନି । ଗାଇର ଜିନରେ କେବଳ ଅଦଳବଦଳ କରି ଏହି ଆଣ୍ଟିବଡି ପ୍ରସ୍ତୁତ କରାଯାଇପାରିବ । ପରେ ଏହାକୁ ମଣିଷ ଦେହରେ ପ୍ରୟୋଗ ହୋଇପାରିବ । ପ୍ରକୃତରେ ଗାଇ ଦେହରେ ଅନ୍ୟ ଛୋଟ ଜୀବଙ୍କଠାରୁ ଅଧିକ ରକ୍ତ ଥାଏ । ଯାହା ଫଳରେ ଏହା ମଣିଷଙ୍କ ଶରୀର ଭଳି ପ୍ରୋଟିନ ଧାରଣର କ୍ଷମତା ରଖିଛି । ମଣିଷ ରକ୍ତ ଅପେକ୍ଷା ଗାଇ ନିଜ ଦେହରେ 2 ଗୁଣା ଆଣ୍ଟିବଡି ଧାରଣ କରିପାରେ । ଏହାସହ ଗାଇ ପୋଲିକ୍ଲୋନାଲ ଆଣ୍ଟିବଡି ପ୍ରସ୍ତୁତ କରିପାରେ । ଏହା କୋଭିଡ 19 ଭୂତାଣୁର ଅନେକ ପାର୍ଟକୁ ମଣିଷ ଦେହରେ ଚିହ୍ନିପାରିବ । ପୂର୍ବରୁ ଏହାର କେବଳ ଗୋଟିଏ ଅଂଶକୁ ଚିହ୍ନଟ କରିବା ସମ୍ଭବ ଥିଲା ।

ସେହିପରି ଗାଇର ପ୍ରୋଟିନ ଅଧିକ ଶକ୍ତିଶାଳୀ ଏବଂ ଏହା ଭବିଷ୍ୟତରେ ଭୂତାଣୁର ମ୍ୟୁଟେସନକୁ ନଷ୍ଟ କରିଦେବାର ସମ୍ଭାବନା ରହିଛି । ସେଥିପାଇଁ ଏହା ଉପରେ ମଧ୍ୟ କମ୍ପାନୀ ପକ୍ଷରୁ ପରୀକ୍ଷା ନିରୀକ୍ଷା ଚାଲିଛି । ଏହି ପରୀକ୍ଷାରୁ ଆହୁରି ଜଣାପଡିଛି ଯେ ଏକ ଗାଇ ଗୋଟିଏ ମାସରେ ନିଜ ଶରୀରରେ ପ୍ରସ୍ତୁତ ଆଣ୍ଟିବଡି ଦ୍ବାରା ପ୍ରାୟ ଶତାଧିକ ଲୋକଙ୍କୁ ସୁସ୍ଥ କରିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.