ଗୌହାଟୀ: ଆସନ୍ତା 25 ତାରିଖରେ ରାଜ୍ୟର ସମସ୍ତ ରିପୋଟର୍ସଙ୍କ କୋଭିଡ୍ 19 ଟେଷ୍ଟ କରାଯିବ। ଏହା ସମ୍ପୂର୍ଣ୍ଣ ମାଗଣା। ଏହି ଟେଷ୍ଟ ବା ରକ୍ତ ନମୁନା ସଂଗ୍ରହ ଗୌହାଟୀ ମେଡିକାଲ କଲେଜରେ କରାଯିବ। ଆସାମ ମନ୍ତ୍ରୀ ହେମନ୍ତ ବିଶ୍ବାସ ଶର୍ମା ଏହି ସୂଚନା ଦେଇଛନ୍ତି।
ଆସାମରେ ଗତ ସପ୍ତାହ ଭିତରେ ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସି ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।