ନୂଆଦିଲ୍ଲୀ: କୋରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜନତା କର୍ଫ୍ୟୁରେ କରତାଳି ଦ୍ବାରା ସାରା ଦେଶବାସୀ ଯୋଡି ହୋଇଛନ୍ତି । ସାରା ଦେଶବାସୀ ଏହାକୁ ନିସ୍ବାର୍ଥପର ଭାବରେ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଏନସିପି ନେତ୍ରୀ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ପ୍ରଶଂସା କରିଛନ୍ତି ।
ସମଗ୍ର ମାନବ ଜାତି ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିଛି ମହାମାରୀ କୋରୋନା । ମହାମାରୀ କୋରୋନାକୁ ମୁକାବିଲା କରି କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏନସିପି ସାଂସଦ ସୁ୍ପ୍ରିୟା ସୁଲେ ପ୍ରଂଶସା କରିଛନ୍ତି । ସରକାରଙ୍କ ସହ ସରକାରୀ କର୍ମଚାରୀ, ଡାକ୍ତର,ପୋଲିସ, ନର୍ସ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସନୀୟ ବୋଲି କହିଛନ୍ତି ।
ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସର ଆକ୍ରାନ୍ତଙ୍କ ସଂଖ୍ୟା 390 ପାର କରିଛି । ସେହିପରି ଏଥିରେ 7 ଜଣବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସାରା ବିଶ୍ବରେ କୋରୋନା ଭାଇରସର ପ୍ରଭାବରେ ବିଭିନ୍ନ ବିକଶିତ ରାଷ୍ଟ୍ରମାନଙ୍କ ଉପରେ ପ୍ରଭାବ ପଡିଛି । ଚୀନରେ ଆରମ୍ଭ ହୋଇଥିବା ଏହି ଭାଇରସ ଯୋଗୁଁ ବର୍ତ୍ତମାନ ସାରା ବିଶ୍ବରେ 13000 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।
@ANI